ବିନା ଖର୍ଚ୍ଚରେ ପୁରୀରେ ହବିଷ୍ୟ ପାଳିବେ ହବିଷ୍ୟାଳି

1 min read

ପୁରୀ: ବିନା ଖର୍ଚ୍ଚରେ ପୁରୀରେ ହବିଷ୍ୟ ପାଳିବେ ହବିଷ୍ୟାଳି । ବ୍ରତଧାରୀଙ୍କୁ ମିଳିବ ରହିବା, ଖାଇବା ଓ ପୂଜାର୍ଚ୍ଚନାର ସୁବିଧା । ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ପାଇଁ ଆଜିଠୁ ଆରମ୍ଭ ହୋଇଛି ଆବେଦନ । ଆସନ୍ତା ୨୯ ତାରିଖ ମଧ୍ୟରେ www.puri.nic.in ଓ୍ୱେବସାଇଟରେ ଯାଇ ଫର୍ମ ପୂରଣ କରିପାରିବେ ଆବେଦନକାରୀ । ଏହାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ । ଆବେଦନକାରୀ ଡବଲ ଡୋଜ୍ ଟିକା ନେଇଥିବା ଜରୁରୀ । ଫର୍ମରେ ଫଟୋ, ପରିଚୟ ପତ୍ର ଓ କୋଭିଡ ଡବଲ ଡୋଜ ପ୍ରମାଣ ପତ୍ର ପ୍ରଦାନ କରିବା ବାଧ୍ୟତାମୂଳକ ।

ଦୁଇବର୍ଷ କରୋନା ପାଇଁ ହବିଷ୍ୟାଳି ଯୋଜନା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ପଞ୍ଜିକରଣ ଆରମ୍ଭ ହୋଇଛି । ବ୍ରତଧାରୀମାନେ ରହିବା ପାଇଁ ନୂତନ କରି ନିର୍ମାଣ ହୋଇଛି ବୃନ୍ଦାବତୀ ସ୍ଥାୟୀ ଶିବିର । ଶିବିରରେ ହବିଷ୍ୟାଳୀଙ୍କ ପାଇଁ ପୂଜା ସାମଗ୍ରୀ, ଚଉରା, ଆକାଶଦୀପ, ବ୍ରତ ରଖିବା ପାଇଁ ସ୍ବତନ୍ତ୍ର ବ୍ରାହ୍ମଣ ବ୍ୟବସ୍ଥା କରାଯିବ  ।  ପ୍ରବଚନ, ପୁରାଣ ପାଠ, ମାଗଣା ଚିକିତ୍ସା ସହ ମହାପ୍ରସାଦ ସେବନ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରିବ ପ୍ରଶାସନ  ।