ହିରୋଙ୍କ ମା’ଙ୍କୁ ପିଛା କରୁଥିଲେ ଫ୍ୟାନ୍, କହୁଥିଲେ ମୋତେ ତୁମ ବୋହୂ କର

1 min read

ନୂଆଦିଲ୍ଲୀ: ହିରୋଙ୍କୁ ବିବାହ ପାଇଁ ମା’ଙ୍କ ପଛରେ ପଡିଥିଲେ ଫ୍ୟାନ୍ସ । କିଛି ଏଭଳି କହିଛନ୍ତି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ଏକ ସାକ୍ଷାତକାରରେ କାର୍ତ୍ତିକ କହିଛନ୍ତି ଯେ, ଜଣେ ମହିଳା ଫ୍ୟାନ୍ ତାଙ୍କୁ ବିବାହ କରିବାକୁ ମାଆଙ୍କ ପଛରେ ପଡିଯାଇଥିଲେ । ଖାସ୍ କରି ମହିଳା ଫ୍ୟାନଙ୍କ ମଧ୍ୟରେ କାର୍ତ୍ତିକଙ୍କର ଅଧିକ କ୍ରେଜ୍ ରହିଛି ।

ମା’ଙ୍କୁ ମେସେଜ୍ ମଧ୍ୟ ପଠାନ୍ତି

ଜଣେ କ୍ରେଜି ଫ୍ୟାନ୍ ମୋ ମା’ଙ୍କ ପଛରେ ପଡିଯାଇଥିଲେ । ଏମିତିକି ମା’ଙ୍କ ପିଛା କରିବା ସହ  ସୋସିଆଲ୍ ମିଡିଆରେ ମେସେଜ କରିବା ଆରମ୍ଭ କରିଥିଲେ । ଫ୍ୟାନ୍ ଜଣକ କହିଥିଲେ- ମୋତେ ବୋହୂ କରି ନେଇଯାଆ । ମୁଁ ଘରର ଝାଡୁ-ପୋଛା ଭଳି କାମ କରିନେବି ।

କାର୍ତ୍ତିକଙ୍କର ଅପକମିଂ ପ୍ରୋଜେକ୍ଟ

ଏବେ କାର୍ତ୍ତିକ ନିଜର ଅପକମିଂ ଫିଲ୍ମ ’ଭୁଲଭେଲେୟା ୨’ର ପ୍ରମୋସନରେ ଲାଗିଛନ୍ତି । ତାଙ୍କର ଅପକମିଂ ଫିଲ୍ମ ମଧ୍ୟରେ ରହିଛି ଶେହଜାଦା । ଅଲ୍ଲୁ ଅର୍ଜୁନଙ୍କ ବ୍ଲକ୍ ବ୍ଲାଷ୍ଟର ଫିଲ୍ମ ‘ଅଲା ବୈକୁଣ୍ଠପୁରମୁଲୁ’ର ହିନ୍ଦୀ ରିମେକ୍ ହେଉଛି ଶେହଜାଦା । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରୋହିତ ଧବନ। କାର୍ତ୍ତିକଙ୍କ ବ୍ୟତୀତ ପରେଶ ରାୱଲ, ରୋହିତ ବୋଷ ରୟ, ମନୀଷା କୋଇରାଲା, ସଚିନ ଖେଡକର ଏବଂ ଅଙ୍କୁର ରାଠି ଲିଡ୍ ରୋଲରେ ରହିଛନ୍ତି । ଏହି ଚଳଚ୍ଚିତ୍ରଟି ୪ ନଭେମ୍ବର ୨୦୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।  ଏହି ଚଳଚ୍ଚିତ୍ର ବ୍ୟତୀତ କାର୍ତ୍ତିକ ଖୁବ୍ ଶୀଘ୍ର ‘ଫ୍ରେଡି’ ଏବଂ ‘ସତ୍ୟନାରାୟଣ କି କଥା’ରେ ମଧ୍ୟ ନଜର ଆସିବେ ।