spot_img

Latest Posts

୨୪ରେ ନିର୍ବାଚନ ଲଢ଼ିବେନି କାର୍ତ୍ତିକ ପାଣ୍ଡିଆନ୍, କହିଲେ- ନିର୍ବାଚନ ନୁହେଁ ଜନସେବା ହିଁ ମୋର ଲକ୍ଷ୍ୟ

ଭୁବନେଶ୍ୱର: ୨୦୨୪ରେ ନିର୍ବାଚନ ଲଢ଼ିବେନି କାର୍ତ୍ତିକ ପାଣ୍ଡିଆନ୍। ନିର୍ବାଚନ ଲଢିବେନି ବୋଲି ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ନିଜେ ଘୋଷଣା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ପାଣ୍ଡିଆନ କହିଛନ୍ତି, ନିର୍ବାଚନ ନୁହେଁ ଜନସେବା ହିଁ ମୋର ଲକ୍ଷ୍ୟ। ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କର ଥିବା ଭଲ ପାଇବାକୁ ମୁଁ ଦେଖିଛି। ଶ୍ରୀଜଗନ୍ନାଥଙ୍କ ପ୍ରତି ମୋର ପ୍ରଗାଢ ବିଶ୍ବାସ ରହିଛି। ଯେଉଁଥିପାଇଁ ପ୍ରତି ଶନିବାର ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଉଛି ବୋଲି ପାଣ୍ଡିଆନ କହିଛନ୍ତି। ଶ୍ରୀଜଗନ୍ନାଥଙ୍କ କୃପା ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପ୍ରତି ରହିଛି। ଯେଉଁଥିପାଇଁ ପରିକ୍ରମା ପ୍ରକଳ୍ପ ସୁରୁଖୁରୁରେ ଚାଲିଛି।

ଜନସେବା ପାଇଁ ଆଇଏଏସ୍ ଚାକିରି ଛାଡ଼ିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ଅକ୍ଟୋବର ୨୩ ତାରିଖରେ ସେ ଆଇଏଏସ ଚାକିରିରୁ ଭିଆରଏସ ନେଇଥିଲେ। ଏହାପରେ ନଭେମ୍ବର ୨୭ ତାରିଖରେ ବିଜେଡିରେ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଦଳୀୟ ବ୍ୟାଜ ପିନ୍ଧାଇ ସ୍ବାଗତ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଦାୟିତ୍ବ ନ୍ୟସ୍ତ କରିଥିଲେ।

Latest Posts

Don't Miss