ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ବିଜେପିର ହୀନ ରାଜନୀତି ନିନ୍ଦନୀୟ: ପାଣ୍ଡିଆନ

1 min read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ବିଜେପି ମିଛ ପ୍ରଚାର କରୁଛି । ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବା କହି ଲୋକଙ୍କୁ ଭ୍ରମିତ କରୁଛନ୍ତି ରାଜ୍ୟ ବିଜେପି ଓ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବିଜେପିର କେନ୍ଦ୍ରୀୟ ନେତା । ଯାହାର ଜବାବ ନିଜେ ମୁଖ୍ୟମନ୍ତ୍ରୀ ଦେବା ସହ ମୁଁ ସୁସ୍ଥ ଅଛି ବୋଲି କହିଛନ୍ତି । ବିଜେପିର ଏହି ହୀନ ଚକ୍ରାନ୍ତକୁ ନିନ୍ଦା କରିଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ମୁଖ୍ଯମନ୍ତ୍ରୀଙ୍କ ସ୍ବାସ୍ଥ୍ଯକୁ ନେଇ ବିଜେପିର ଅପପ୍ରଚାରକୁ ନିନ୍ଦା କରିଛନ୍ତି ପାଣ୍ଡିଆନ । ବିଜେପିର ଏଭଳି ହୀନ ଚକ୍ରାନ୍ତ ଅନ୍ଯନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ‘ମୁଖ୍ଯମନ୍ତ୍ରୀଙ୍କ ବିରୋଧରେ ବିରୋଧୀଙ୍କ ପାଖରେ କୌଣସି ନୂଆ ତଥ୍ଯ ନାହିଁ । ସେଥିପାଇଁ ନିଚ୍ଚସ୍ତରର ରାଜନୀତି କରୁଛନ୍ତି ବିରୋଧୀ । ସେଇ ପୁରୁଣା କଥାକୁ ବାରମ୍ବାର ଦୋହରାଉଛନ୍ତି । ଦେଶର ଏକ ନମ୍ବର ମୁଖ୍ଯମନ୍ତ୍ରୀଙ୍କୁ ନେଇ ବାରମ୍ବାର ବିରୋଧୀଙ୍କ ମିଛ ପ୍ରଚାରକୁ ରାଜ୍ଯବାସୀ ପସନ୍ଦ କରୁନାହାଁନ୍ତି । ମୁଖ୍ଯମନ୍ତ୍ରୀ ସାରା ରାଜ୍ଯ ବୁଲି ପ୍ରଚାର କରୁଛନ୍ତି । ବିରୋଧୀଙ୍କ ଅପପ୍ରଚାରରେ କୌଣସି ସତ୍ଯତା ନାହିଁ ।’

ପୂର୍ବରୁ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ମିଛ ପ୍ରଚାରକୁ ନିଜେ ସମାଲୋଚନା କରିଥିଲେ । ବାରିପଦାରେ ବିଜେଡି ପ୍ରଚାର ସମାବେଶ ପରେ ଖୋଦ ମୁଖ୍ଯମନ୍ତ୍ରୀ ବିଜେପିର ମିଛ ପ୍ରଚାରକୁ ନନ୍ଦା କରିଛନ୍ତି । ବିଜେପି ନେତାମାନେ ମିଛ କହିବାର ସବୁ ସୀମା ପାର କରୁଛନ୍ତି । ସେ କହିଛନ୍ତି, ମୁଁ ସମ୍ପୁର୍ଣ୍ଣ ସୁସ୍ଥ ଅଛି, ରାଜ୍ଯସାରା ବୁଲି ପ୍ରଚାର କରୁଛି ।

ମୁଖ୍ଯମନ୍ତ୍ରୀଙ୍କ ସ୍ବାସ୍ଥ୍ଯକୁ ନେଇ ଅପପ୍ରଚାର କରୁଥିବା ବିଜେପି ନେତାଙ୍କୁ ଏହା ଏକ ଶକ୍ତ ଜବାବ । ମୁଖ୍ଯମନ୍ତ୍ରୀଙ୍କ ବିରୋଧରେ ବାରମ୍ବାର ବିଜେପି ନେତାମାନେ ଅପପ୍ରଚାର କରୁଛନ୍ତି । ଆଜି ନିଜେ ମୁଖ୍ଯମନ୍ତ୍ରୀ ଏହାର ଜବାବ ଦେଇଛନ୍ତି ।