ଗୁରୁ ନାନକଙ୍କ ଜୟନ୍ତୀ ପାଇଁ କାଲିଠୁ ଖୋଲିବ କର୍ତ୍ତାରପୁର ସାହିବ କରିଡ଼ର

1 min read

ଚଣ୍ଡିଗଡ଼: କାଲିଠାରୁ ଖୋଲିବ କର୍ତ୍ତାରପୁର ସାହିବ କରିଡର । ଏହି ନିଷ୍ପତ୍ତି ଯୋଗୁ ଉପକୃତ ହେବେ ଶିଖ ତୀର୍ଥଯାତ୍ରୀ । ଗୁରୁ ପରବ ଅବସରରେ ଏହି କରିଡର ଖୋଲାଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ । କରିଡରରେ ପ୍ରବେଶ ଲାଗି ଆସନ୍ତାକାଲିଠାରୁ ପଞ୍ଜିକରଣ ଆରମ୍ଭ ହେବ । ଯାତ୍ରୀମାନଙ୍କ ତାପମାତ୍ରା ଯାଞ୍ଚ ହେବ ।୭୨ ଘଣ୍ଟା ପୂର୍ବରୁ ହୋଇଥିବା ଆରଟିପିସିଆର ଟେଷ୍ଟ, ମାସ୍କ ନିୟମକୁ କାର୍ଯ୍ୟକାରୀ କରାଯାଇଛି । ଆସନ୍ତା ୧୯ ତାରିଖରେ ପାଳନ ହେବାକୁ ଥିବା ଉତ୍ସବରେ ଯୋଗ ଦେବା ଲାଗି ବର୍ତ୍ତମାନ ଭକ୍ତଙ୍କୁ ଅନୁମତି ମିଳିପାରିବ । ପାକିସ୍ତାନରେ ଅବସ୍ଥିତ ଏହି ଐତିହାସିକ ଗୁରୁଦ୍ବାର ଭାରତର ସୀମାଠାରୁ ମାତ୍ର ୪.୭ କିଲୋମିଟର ଦୂର । ଗତବର୍ଷ କୋଭିଡ ଯୋଗୁ ଏହି ଭିସାମୁକ୍ତ କରିଡର ବନ୍ଦ ରହିଥିଲା ।

ଏହା ପାକିସ୍ତାନ ପଞ୍ଜାବର ନାରୋଓ୍ବି ଜିଲ୍ଲା ଅନ୍ତର୍ଗତ ଶକରଗଡ଼ ତହସିଲରେ ତଥା ରବି ନଦୀ ତଟଦେଶରେ ପ୍ରତିଷ୍ଠିତ । ଏହି କୀର୍ତ୍ତି ଶିଖ ଧର୍ମଗୁରୁ ନାନକଙ୍କ ଦ୍ବାରା ୧୫୦୪ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଗତ ୨୦୧୯ ନଭେମ୍ବର ୯ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହି କରିଡରକୁ ଉଦଘାଟନ କରିଥିଲେ । ଅନ୍ୟ ପକ୍ଷରେ ଭାରତର ଏଭଳି ନିଷ୍ପତ୍ତକୁ ପାକିସ୍ତାନ ସ୍ଥିତ ଶିଖ୍‌ ସମ୍ପ୍ରଦାୟ ପକ୍ଷରୁ ସ୍ୱାଗତ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଆଗକୁ ଗୁରୁ ନାନକଙ୍କ ଜୟନ୍ତୀ ଥିବାରୁ ୧୯ ନଭେମ୍ୱର ପୂର୍ବରୁ କରତ୍ତାରପୁର କରିଡର ଖୋଲିବାକୁ ଟ୍ୱିଟ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ଦାବି କରିଥିଲେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ତେବେ ଏହି କରିଡର ଖୋଲିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାରୁ ଅମରିନ୍ଦର ସିଂହ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

Leave a Reply