ଗୁରୁ ନାନକଙ୍କ ଜୟନ୍ତୀ ପାଇଁ କାଲିଠୁ ଖୋଲିବ କର୍ତ୍ତାରପୁର ସାହିବ କରିଡ଼ର
1 min readଚଣ୍ଡିଗଡ଼: କାଲିଠାରୁ ଖୋଲିବ କର୍ତ୍ତାରପୁର ସାହିବ କରିଡର । ଏହି ନିଷ୍ପତ୍ତି ଯୋଗୁ ଉପକୃତ ହେବେ ଶିଖ ତୀର୍ଥଯାତ୍ରୀ । ଗୁରୁ ପରବ ଅବସରରେ ଏହି କରିଡର ଖୋଲାଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ । କରିଡରରେ ପ୍ରବେଶ ଲାଗି ଆସନ୍ତାକାଲିଠାରୁ ପଞ୍ଜିକରଣ ଆରମ୍ଭ ହେବ । ଯାତ୍ରୀମାନଙ୍କ ତାପମାତ୍ରା ଯାଞ୍ଚ ହେବ ।୭୨ ଘଣ୍ଟା ପୂର୍ବରୁ ହୋଇଥିବା ଆରଟିପିସିଆର ଟେଷ୍ଟ, ମାସ୍କ ନିୟମକୁ କାର୍ଯ୍ୟକାରୀ କରାଯାଇଛି । ଆସନ୍ତା ୧୯ ତାରିଖରେ ପାଳନ ହେବାକୁ ଥିବା ଉତ୍ସବରେ ଯୋଗ ଦେବା ଲାଗି ବର୍ତ୍ତମାନ ଭକ୍ତଙ୍କୁ ଅନୁମତି ମିଳିପାରିବ । ପାକିସ୍ତାନରେ ଅବସ୍ଥିତ ଏହି ଐତିହାସିକ ଗୁରୁଦ୍ବାର ଭାରତର ସୀମାଠାରୁ ମାତ୍ର ୪.୭ କିଲୋମିଟର ଦୂର । ଗତବର୍ଷ କୋଭିଡ ଯୋଗୁ ଏହି ଭିସାମୁକ୍ତ କରିଡର ବନ୍ଦ ରହିଥିଲା ।
ଏହା ପାକିସ୍ତାନ ପଞ୍ଜାବର ନାରୋଓ୍ବି ଜିଲ୍ଲା ଅନ୍ତର୍ଗତ ଶକରଗଡ଼ ତହସିଲରେ ତଥା ରବି ନଦୀ ତଟଦେଶରେ ପ୍ରତିଷ୍ଠିତ । ଏହି କୀର୍ତ୍ତି ଶିଖ ଧର୍ମଗୁରୁ ନାନକଙ୍କ ଦ୍ବାରା ୧୫୦୪ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଗତ ୨୦୧୯ ନଭେମ୍ବର ୯ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହି କରିଡରକୁ ଉଦଘାଟନ କରିଥିଲେ । ଅନ୍ୟ ପକ୍ଷରେ ଭାରତର ଏଭଳି ନିଷ୍ପତ୍ତକୁ ପାକିସ୍ତାନ ସ୍ଥିତ ଶିଖ୍ ସମ୍ପ୍ରଦାୟ ପକ୍ଷରୁ ସ୍ୱାଗତ କରାଯାଇଛି ।
I urge Prime Minister Shri @narendramodi Ji to open the Kartarpur Corridor before Nov 19, the birth anniversary of Guru Nanak Dev Ji, so that people can pay obeisance at the holy shrine on this sacred occasion.
— Capt.Amarinder Singh (@capt_amarinder) November 16, 2021
ସୂଚନା ଯୋଗ୍ୟ ଯେ, ଆଗକୁ ଗୁରୁ ନାନକଙ୍କ ଜୟନ୍ତୀ ଥିବାରୁ ୧୯ ନଭେମ୍ୱର ପୂର୍ବରୁ କରତ୍ତାରପୁର କରିଡର ଖୋଲିବାକୁ ଟ୍ୱିଟ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ଦାବି କରିଥିଲେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ତେବେ ଏହି କରିଡର ଖୋଲିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାରୁ ଅମରିନ୍ଦର ସିଂହ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
My profound gratitude to PM @narendramodi and HM @AmitShah for the timely opening of the Kartarpur Sahib Corridor. It will provide a chance to thousands of devotees to pay obeisance at the holy shrine on the occasion of Guru Purab of Guru Nanak Dev Ji.
— Capt.Amarinder Singh (@capt_amarinder) November 16, 2021