ଶିକ୍ଷାନୁଷ୍ଠାନରେ ଶିକ୍ଷକଙ୍କୁ ଦଣ୍ଡ; ଗୁଟଖା କାହିଁକି ଖାଉଛ ପଚାରିବାରୁ ରାଗିଲେ ଛାତ୍ର
1 min readକର୍ଣ୍ଣାଟକ: ଗୁରୁଙ୍କୁ ଦଣ୍ଡ ଦେଲେ ଛାତ୍ର । ଭୁଲିଗଲେ ଗୁରୁ-ଶିଷ୍ୟ ପରମ୍ପରା । ଛାତ୍ରମାନେ ଶେଷରେ ସେମାନଙ୍କ ଜୀବନ ଗଢୁଥିବା ସାରଙ୍କ ମୁଣ୍ଡରେ ଲଦି ଦେଲେ ଡଷ୍ଟବିନ୍ । ଏହି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକରେ । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ । କର୍ଣ୍ଣାଟକର ଦେବନାଗରୀ ଜିଲ୍ଲା ଚନ୍ନଗିରି ଅନ୍ତର୍ଗତ ନାଲୁରର ଏକ ସ୍କୁଲରେ କିଛି ପିଲା ଉତ୍ତ୍ୟକ୍ତ ହୋଇ ଶିକ୍ଷକଙ୍କ ମୁଣ୍ଡରେ ଡଷ୍ଟବିନ୍ ଲଦି ଦେଇଥିଲେ ।
In a viral video, some students were seen misbehaving with a senior teacher, assaulted him with a dustbin. "Assault on the teacher will not be tolerated. I've instructed to take appropriate action," tweets BC Nagesh, Primary & Sec Education Min
(Screengrab from the viral video) pic.twitter.com/Fw7RUu9nNp
— ANI (@ANI) December 10, 2021
ଏହା ଘଟଣାର ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ଶିକ୍ଷାମନ୍ତ୍ରୀ ବି.ସି. ନାଗେଶ ଉଦବେଗ ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷକଜଣଙ୍କ ଶ୍ରେଣୀରେ ଶିକ୍ଷାଦାନ ଆରମ୍ଭ କରିବା ମାତ୍ରେ ପିଲାମାନେ ସାରଙ୍କୁ ଏହି ଦଣ୍ଡ ଦେଇଥିଲେ । ଶିକ୍ଷକଜଣଙ୍କ ଉପାୟ ହୀନ ହୋଇ କେବଳ ବସିରହିଥିଲେ । ପିଲାଙ୍କ ନିକଟରେ ସେ ଅସହାୟ ହୋଇଯାଇଥିଲେ । ଶିକ୍ଷକଜଣକ ଶ୍ରେଣୀରେ ପ୍ରବେଶ କରିବା ବେଳେ ଦେଖିଥିଲେ କି ତଳେ ଗୁଟଖା ପ୍ୟାକେଟ ପଡିଛି ଏବଂ ପିଲାମାନେ ପାଟିତୁଣ୍ଡ କରୁଛନ୍ତି । ଏହାକୁ ନେଇ ମନା କରିବା ପରେ ପିଲାମାନେ ଉତ୍ତ୍ୟକ୍ତ ହୋଇ ଏହି ଅମାନୁଷିକ କାଣ୍ଡ ଘଟାଇଥିଲେ ।