spot_img

Latest Posts

କର୍ନାଟକରେ ଚାଞ୍ଚଲ୍ୟକର ଘଟଣା : ୧୦ ସ୍ଥାନରୁ ମିଳିଲା ମହିଳାଙ୍କ ଶରୀରର ଅଙ୍ଗ

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକରେ ଘଟିଛି ଏକ ଅଭାବନୀୟ ଘଟଣା । ତୁମାକରୁ ଜିଲା ଅନ୍ତର୍ଗତ ୧୦ଟି ସ୍ଥାନରୁ ଜଣେ ମହିଳାଙ୍କ ଶରୀରର ବିଭିନ୍ନ ଅଙ୍ଗ ମିଳିଛି । ଯାହା ପରେ ପୂରା ଅଞ୍ଚଳରେ ଏହି ଘଟଣା ଆତଙ୍କ ଖେଳାଇ ଦେଇଛି। ଗତ ଗୁରୁବାର କୁକୁର ଏକ କଟା ହାତକୁ ରାସ୍ତାକୁ ଘୋଷାଡ଼ି ଆଣିବା ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ଏହାର ଗୋଟିଏ କିଲୋମିଟର ଦୂରରେ ଆଉ ଏକ ହାତ ମିଳିଥିଲା।

ଏହିପରି ୧୦ଟି ବିଭିନ୍ନ ସ୍ଥାନରୁ ମହିଳାଙ୍କ ମୁଣ୍ଡ ଓ ଶରୀରର ଅନ୍ୟାନ୍ୟ ଅଙ୍ଗ ମିଳିଥିଲା। ଏହ ଜଘନ୍ୟ ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ ଜଣାପଡ଼ି ନ ଥିବାବେଳେ ହତ୍ୟାକାରୀଙ୍କୁ ମଧ୍ୟ ଚିହ୍ନଟ କରାଯାଇ ନାହିଁ। ହାତର ଟାଟୁ ଓ ମୁହଁର ବିଶେଷତାକୁ ଆଧାର କରି ପୋଲିସ ମୃତକଙ୍କୁ ତୁମାକୁର ତାଲୁକ୍‌ ଅନ୍ତର୍ଗତ ବେଲ୍ଲାଭି ଗ୍ରାମର ୪୨ ବର୍ଷୀୟ ଲକ୍ଷ୍ମୀଦେବାମ୍ମା ବୋଲି ଚିହ୍ନଟ କରିଛି।

ସେ ଗତ ୪ ତାରିଖରୁ ନିଖୋଜ ଥିବାନେଇ ତାଙ୍କ ସ୍ବାମୀ ବାସବରାଜୁ ବେଲ୍ଲାଭି ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣା ୨୦୨୨ର ଶ୍ରଦ୍ଧା ଓ୍ବାଲ୍‌କର ମାମଲାକୁ ମନେ ପକାଇ ଦେଉଛି। ୨୭ ବର୍ଷୀୟ ଶ୍ରଦ୍ଧାଙ୍କୁ ତାଙ୍କ ଲିଭ୍‌ ଇନ୍‌ ପାର୍ଟନର ହତ୍ୟା କରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଦିଲ୍ଲୀର ଜଙ୍ଗଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ।

 

Latest Posts

Don't Miss