spot_img

Latest Posts

କର୍ଣ୍ଣାଟକରେ ୪ଟି ପରିବହନ ନିଗମ ସଂଗଠନର ଧର୍ମଘଟ

ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକରେ ୪ଟି ପରିବହନ ନିଗମର ସଂଗଠନ ଧର୍ମଘଟ। ଆଜିଠାରୁ ଆରମ୍ଭ ହୋଇଛି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ। ଏହି ଧର୍ମଘଟରେ ବସ୍ ଡ୍ରାଇଭର, କଣ୍ଡକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି। KSRTC, BMTC, NWKRTC ଏବଂ KKRTC ପରିବହନ କର୍ମଚାରୀମାନେ ସେମାନଙ୍କର ବିଭିନ୍ନ ଦାବି ନେଇ ଆଜିଠାରୁ ରାଜ୍ୟବ୍ୟାପୀ ଧର୍ମଘଟ ଆରମ୍ଭ କରିଛି। ଏହି ସମସ୍ତ ସଂଗଠନ ସେମାନଙ୍କର କର୍ମଚାରୀମାନଙ୍କୁ କାମରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଧର୍ମଘଟତକୁ ନେଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଗତକଲି  କର୍ଣ୍ଣାଟକ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରି କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ନିଗମ କର୍ମଚାରୀଙ୍କ ଟ୍ରେଡ୍ ୟୁନିଅନର ମିଳିତ କାର୍ଯ୍ୟ କମିଟି JACକୁ ଆଜି  ପର୍ଯ୍ୟନ୍ତ ପ୍ରସ୍ତାବିତ ଧର୍ମଘଟକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ଵେ ଆନ୍ଦୋଳନ ଆରମ୍ଭ ହୋଇଛି। ପ୍ରାୟ ୧ କୋଟି ଯାତ୍ରୀ ପ୍ରଭାବିତ ହୋଇପାରନ୍ତି ସଡ଼କ ପରିବହନ ନିଗମ କର୍ମଚାରୀମାନେ ୩୮ ମାସର ବକେୟା ଦରମା ଦାବି କରୁଛନ୍ତି। ଏହା ପ୍ରାୟ ୧୭୮୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। କର୍ଣ୍ଣାଟକ ସରକାର ୨୦୨୦ରେ ୧୫% ଦରମା ବୃଦ୍ଧି ଘୋଷଣା କରିଥିଲେ, କିନ୍ତୁ ଏହି ବକେୟା ଏପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ।

Latest Posts

Don't Miss