କର୍ଣ୍ଣାଟକ ପିସିସି ସଭାପତିଙ୍କ ହେଲିକପ୍ଟରରେ ରେଡ

1 min read

କନ୍ନଡ: ଟାର୍ଗେଟରେ କଂଗ୍ରେସ ହେଭିଓ୍ବେଟ ତଥା କର୍ଣ୍ଣାଟକ ପିସିସି ସଭାପତି ଡି.କେ. ଶିବକୁମାର । ଶିବକୁମାର ବ୍ୟବହାର କରିଥିବା ହେଲିକପ୍ଟରରେ ରେଡ୍ କରିଛି ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ । କର୍ଣ୍ଣାଟକ ଅନ୍ତର୍ଗତ ଦକ୍ଷିଣ କନ୍ନଡ ଜିଲ୍ଲାର ଧର୍ମସ୍ଥଳରେ ଶିବକୁମାରଙ୍କ ଦ୍ବାରା ବ୍ୟବହୃତ ହୋଇଥିବା ହେଲିକପ୍ଟରର ହୋଇଛି ଯାଞ୍ଚ ।

ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ନେତାମାନଙ୍କୁ ଟାର୍ଗେଟ ଜାରି ରହିଥିବାବେଳେ ଏହାର ଶିକାର ହୋଇଛନ୍ତି ଶିବ କୁମାର । ସେପଟେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବା ୨୦୦ ପ୍ରତିଶତ ନିଶ୍ଚିତ ବୋଲି କହିଛନ୍ତି ଶିବକୁମାର ।

ତେଣେ କଂଗ୍ରେସ ନେତା ସିଦ୍ଧରମୈୟା କହିଛନ୍ତି- ଯଦି ସେ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଅମୁଲ କ୍ଷୀର ନ କିଣିବା ଲାଗି ରାଜ୍ୟବାସୀଙ୍କୁ ଦେବେ ପରାମର୍ଶ । ଗତକିଛି ଦିନ ଧରି ଗୁଜରାଟର ଅମୁଲ ଓ କର୍ଣ୍ଣାଟକର ନନ୍ଦିନୀ କ୍ଷୀରକୁ ନେଇ ବିବାଦ ଜାରି ରହିଥିବାବେଳେ ଏହା କହିଛନ୍ତି ସିଦ୍ଧରମୈୟା । ତେଣେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି- କର୍ଣ୍ଣାଟକରେ କଂଗ୍ରେସ ପାଇବ ବହୁମତ ।