spot_img

Latest Posts

କର୍ଣ୍ଣାଟକ ବିଧାନସଭା ଅଧିବେଶନ ପୂର୍ବରୁ ମହାନାଟକ

ନନ୍ଦିଘୋଷ ବ୍ୟୁରୋ ; ଆସନ୍ତାକାଲିଠାରୁ କର୍ଣ୍ଣାଟକ ବିଧାନସଭା ଅଧିବେଶନ। ତେବେ ଅଧିବେଶନ ପୂର୍ବରୁ ମହାନାଟକ। ବିଧାନସଭାର ମିଳିତ ଅଧିବେଶନରେ ଉଦବୋଧନ ଦେବାକୁ ରାଜ୍ଯପାଳ ଥାଓରଚାନ୍ଦ ଗେହଲଟ ଅଗ୍ରାହ୍ୟ କରିବା ପରେ ବଢ଼ିଛି ସସପେନ୍ସ। ଏନେଇ ଆଇନମନ୍ତ୍ରୀ ଏଚ.କେ. ପାଟିଲଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଥିଲେ। ହେଲେ ନିଷ୍ପତ୍ତିରେ ସେପରି କୌଣସି ପରିବର୍ତ୍ତନ ହୋଇ ନଥିବା ଜଣାଯାଇଛି। ବିଶେଷ କରି ଏମଜିଏନଆରଇଜିଏ ଓ ଅନ୍ୟ ବହୁ ପ୍ରସଙ୍ଗକୁ କେନ୍ଦ୍ର କରି ଶାସକ କଂଗ୍ରେସକୁ ଘେରିବାକୁ ବିରୋଧୀ ବିଜେପି-ଜେଡିଏସ ଯୋଜନା କରିଛନ୍ତି। ୨୨ରୁ ଆସନ୍ତା ୩୧ ଯାଏ ଚାଲିବାକୁ ଥିବା ଅଧିବେଶନରେ ପରମ୍ପରା ଦୃଷ୍ଟିରୁ ରାଜ୍ୟପାଳ ମିଳିତ ଅଧିବେଶନରେ ଉଦବୋଧନ ଦେବା କଥା। ମାତ୍ର ରାଜ୍ୟପାଳ ଭାଷଣ ଦେବେ ନି ବୋଲି ସୂଚନା ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ଅଧିବେଶନ କାଳରେ ଏମଜିଏନଆରଇଜିଏକୁ ହଟାଇ ଜି-ଭିବି-ଜି-ରାମ-ଜି ଗୃହୀତ କରିବା ପ୍ରତିବାଦରେ କେନ୍ଦ୍ରର ଏନଡିଏ ସରକାର ବିରୋଧରେ ଗୃହରେ ଏକ ପ୍ରସ୍ତାବ ଗୃହୀତ ହେବାର ସମ୍ଭାବନା ଥିବାରୁ ଏହାକୁ ନେଇ ରାଜ୍ୟପାଳ ବୟକଟ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଦେଶବ୍ୟାପୀ ଏମଜିଏନଆରଇଜିଏ ବଞ୍ଚାଅ ଅଭିଯାନ ଜାରି ରହିଥିବାବେଳେ ବିଧାନସଭାରେ ଏହାର ପ୍ରତିଫଳନ ଘଟିବାକୁ ଯାଉଛି।

Latest Posts

Don't Miss