କୋହ୍ଲାପୁରୀ ଚପଲ ଏବଂ ଇଟାଲୀୟ କମ୍ପାନୀ ପ୍ରାଡ଼ା ମଧ୍ୟରେ ବିବାଦ : ଏବେ କ’ଣ କହିଲେ ମନ୍ତ୍ରୀ ପିୟାଙ୍କ ଖାର୍ଗେ ?

ନନ୍ଦିଘୋଷ ବ୍ୟୁରୋ : ଇଟାଲୀୟ ଦାମୀ ବ୍ରାଣ୍ଡ୍ ପ୍ରାଡା ଏବଂ କୋହ୍ଲାପୁରୀ ଚପଲକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ । ପ୍ରାଡ଼ା ପରି ବ୍ରାଣ୍ଡ କୋହ୍ଲାପୁରୀ ପରି ଚପଲ ତିଆରି କରିବା ନେଇ କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟାଙ୍କ ଖାର୍ଗେ ଗୁରୁତ୍ୱାରୋପ କରିଛନ୍ତି ଯେ, ଲୋକପ୍ରିୟ କୋହ୍ଲାପୁରୀ ଚପଲ ତିଆରି କରୁଥିବା ରାଜ୍ୟର କାରିଗରଙ୍କ ନାମ, କାମ ଏବଂ ଐତିହ୍ୟକୁ ସ୍ୱୀକୃତି ଦିଆଯିବା ଉଚିତ ଏବଂ ଏହାକୁ ପରିଚୟ ଦିଆଯିବା ଉଚିତ।

ସେ ଆହୁରି ଇଟାଲୀୟ ବ୍ରାଣ୍ଡକୁ କଟାକ୍ଷ କରି ମିଡିଆ ପ୍ଲାଟଫର୍ମ ‘X’ରେ ଲେଖିଛନ୍ତି ଯେ, ପ୍ରାଡା ପ୍ରତି ଯୋଡ଼ା ୧.୨୦ ଲକ୍ଷ ଟଙ୍କାରେ ମୂଲ୍ୟରେ କୋହ୍ଲାପୁରୀ ପରି ଚପଲ ବିକ୍ରି କରୁଛି। ଖୁବ୍  କମ୍ ଲୋକ ଜାଣନ୍ତି ଯେ ଏହା ଏକ ପ୍ରତିଷ୍ଠିତ ଚପଲ ଏବଂ ଏହାକୁ ତିଆରି କରୁଥିବା ବହୁ ସଂଖ୍ୟକ କାରିଗର କର୍ଣ୍ଣାଟକର ଅଥାନୀ, ନିପ୍ପାନି, ଚିକ୍କୋଡି, ରାୟବାଗ ଏବଂ ବେଲାଗାଭି, ବାଗଲକୋଟ ଏବଂ ଧାରୱାଡର ଅନ୍ୟାନ୍ୟ ସ୍ଥାନରେ ରୁହନ୍ତି।

 ଖାର୍ଗେ କହିଛନ୍ତି ଯେ, ସେମାନେ ପିଢ଼ି ପରେ ପିଢ଼ି ଧରି ଏହି ଚପଲ ତିଆରି କରିଆସୁଛନ୍ତି ଏବଂ ନିକଟସ୍ଥ ସହରଗୁଡ଼ିକରେ, ବିଶେଷକରି କୋହ୍ଲାପୁରରେ ବିକ୍ରି କରିଆସୁଛନ୍ତି, ଧୀରେ ଧୀରେ ଏହି ଚପଲ ପାଇଁ ଏକ ବଡ଼ ବଜାର ହୋଇଗଲା ଏବଂ ସମୟ ସହିତ ଏହା ଏକ ବ୍ରାଣ୍ଡ ହୋଇଗଲା। ଏହା ସହିତ ଖାର୍ଗେ ସେହି ସମୟକୁ ମନେ ପକାଇଲେ ଯେତେବେଳେ ସେ ସମାଜ କଲ୍ୟାଣ ମନ୍ତ୍ରୀ ଥିଲେ, ସେ ମହାରାଷ୍ଟ୍ରକୁ GI ଟ୍ୟାଗ୍ ଅଧିକାର ପାଇଁ କୋଲ୍ହାପୁରବାସୀଙ୍କୁ ଉତ୍ସାହିତ କରିଥିଲେ ।

ସେ କହିଛନ୍ତି ଯେ, “LIDKAR ମାଧ୍ୟମରେ, ଆମେ ଏହାକୁ ବିରୋଧ କରିଥିଲୁ ଏବଂ କର୍ଣ୍ଣାଟକର କାରିଗରମାନେ ଯେପରି ବଞ୍ଚିତ ନ ହୁଅନ୍ତି ତାହା ନିଶ୍ଚିତ କରିବା ପାଇଁ କଠିନ ଲଢ଼େଇ କରିଥିଲୁ। ମୁଁ ଗର୍ବର ସହିତ କହୁଛି ଯେ ଆମେ ଆମର ଲକ୍ଷ୍ୟରେ ସଫଳ ହୋଇଛୁ। ଶେଷରେ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ୪ଟି ଜିଲ୍ଲାକୁ ମିଳିତ ଭାବରେ GI ଟ୍ୟାଗ୍ ଦିଆଯାଇଥିଲା। ଏହି ସଂଘର୍ଷ କେବେବି ୨ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ବିଷୟରେ ନଥିଲା, ବରଂ ଆମର ସହଭାଗୀ ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଆମର କାରିଗରମାନଙ୍କୁ ସେମାନଙ୍କ ଯୋଗ୍ୟ ଆଇନଗତ ସ୍ୱୀକୃତି ଦେବା ବିଷୟରେ ଥିଲା।”

ଅନ୍ୟପଟେ କଂଗ୍ରେସ ନେତା ପ୍ରିୟାଙ୍କ ଖାର୍ଗେ ତାଙ୍କ ଦାବି ଉପସ୍ଥାପନ କରି କହିଥିଲେ ଯେ ଯେତେବେଳେ ଅନ୍ତର୍ଜାତୀୟ ଫ୍ୟାଶନ୍ ହାଉସଗୁଡ଼ିକ ଆମର ଡିଜାଇନ୍ ଗ୍ରହଣ କରନ୍ତି, ସେତେବେଳେ ଆମର କାରିଗରଙ୍କ ନାମ, କାମ ଏବଂ ଐତିହ୍ୟକୁ ମଧ୍ୟ ପ୍ରଦର୍ଶିତ କରାଯିବା ଉଚିତ ଏବଂ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ। GI ଟ୍ୟାଗ୍ ସେମାନଙ୍କୁ କେବଳ ଆଇନଗତ ଅଧିକାର ଦିଏ, କିନ୍ତୁ ଏବେ ସେମାନଙ୍କୁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଯୋଗାଇବା ଆମର ଦାୟିତ୍ୱ।