କର୍ଣ୍ଣାଟକରେ କଂଗ୍ରେସର ବିଜୟ, ରାହୁଲ କହିଲେ- ଏବେ ଘୃଣାର ବଜାର ବନ୍ଦ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସର ଐତିହାସିକ ବିଜୟ । ଏନେଇ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ । ଗରିବ ଜନତାଙ୍କ ସହଯୋଗ ହିଁ କଂଗ୍ରେସକୁ ବିଜୟୀ କରିଥିବା କହିଛନ୍ତି ରାହୁଲ । ଏହି ବିଜୟ କର୍ଣ୍ଣାଟକରେ ଘୃଣାର ବଜାରର ଅନ୍ତ ଘଟାଇଛି । ଖୋଲିଛି ହୃଦୟର ବଜାର । କର୍ଣ୍ଣାଟକରେ ଦ୍ବେଷଭାବର ଦୂର ହୋଇଛି ବୋଲି କହିଛନ୍ତି ରହୁଲ ।
ହୃଦୟ ଖୋଲି ନିର୍ବାଚନ ଲଢିଛି କଂଗ୍ରେସ । ବିଶେଷ କରି ପ୍ରଭାବଶାଳୀ ଓ ଗରିବ ଜନତାଙ୍କ ମଧ୍ୟରେ ଲଢେଇ ହୋଇଥିଲା । ଗରିବ ଜନତାଙ୍କୁ ନେଇ କଂଗ୍ରେସ ନିର୍ବାଚନ ଲଢିଥିଲା । ଏହି ବିଜୟ ଗରିବ ଜନତାଙ୍କର ବୋଲି କହିଛନ୍ତି ରାହୁଲ।