ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ଯାଏ ଶିକ୍ଷାନୁଷ୍ଠାନରେ ଛାତ୍ରୀ ପିନ୍ଧିବେନି ଧାର୍ମିକ ପୋଷାକ

Karnataka Hijab Controversy High Court Directs To Not Wear In Schools, Colleges

ବେଙ୍ଗଳୁରୁ: ହିଜାବ ବିବାଦରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି । ମାମଲାର ଚୂଡ଼ାନ୍ତ ରାୟ ଆସିବା ଯାଏ ଧାର୍ମିକ ପୋଷାକ ପିନ୍ଧିବେ ନାହିଁ ସ୍କୁଲ, କଲେଜ ଛାତ୍ରୀ । ଧାର୍ମିକ ପୋଷାକ ପିନ୍ଧିବା ଉପରେ ରୋକ୍ ଲଗାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପୂର୍ବରୁ ସ୍କୁଲ୍, କଲେଜ ଖୋଲା ଯାଇପାରିବ ବୋଲି କୋର୍ଟ କହିଛନ୍ତି । ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଋତୁରାଜ ଅବସ୍ଥିଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ କୃଷ୍ଣା ଏସ୍ ଦୀକ୍ଷିତ ଓ ଜଷ୍ଟିସ୍ ଜେଏମ୍ ଖାଜିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛି । ଶୁଣାଣି ବେଳେ ମୁଖ୍ୟ ବିଚାରପତି କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶକୁ ନଦେଖି କୋର୍ଟଙ୍କ କୌଣସି ଟିପ୍ପଣୀକୁ ରିପୋର୍ଟ କରନ୍ତୁ ନାହିଁ ।

ଏଥିସହ ପଢ଼ନ୍ତୁ: କର୍ଣ୍ଣାଟକରେ ‘ହିଜାବ’, ତେଲଙ୍ଗାନାରେ ‘ବୁର୍ଖା’ ବିବାଦ କାହିଁକି ?

ଏହା ପୂର୍ବରୁ ବୁଧବାର କର୍ଣ୍ଣାଟକ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିଲା । କର୍ଣ୍ଣାଟକ ସରକାର ଶିକ୍ଷା ଆଇନ୍ ୧୯୮୩ର ଧାରା ୧୩୩ ଲାଗୁ କରିଛନ୍ତି । ଫଳରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୟୁନିଫର୍ମ ବାଧ୍ୟତାମୂଳକ କରାଯାଇଛି । ଘରୋଇ ସ୍କୁଲ୍ ମଧ୍ୟ ନିଜର ୟୁନିଫର୍ମ ବାଛି ପାରିବେ । ଆଉ ଏହି ନିଷ୍ପତ୍ତିକୁ ନେଇ ଗତ ଜାନୁଆରୀରେ ଆରମ୍ଭ ହୋଇଥିଲା ବିବାଦ ।

ଉଡ୍ଡପିର ଏକ ସରକାରୀ କଲେଜକୁ ୬ ଜଣ ଛାତ୍ରୀ ହିଜାବ ପିନ୍ଧି ଆସିଥିଲେ । ସେତେବେଳେ କଲେଜ କର୍ତ୍ତୃପକ୍ଷଙ୍କ ବାରଣ ସତ୍ତ୍ୱେ ଛାତ୍ରୀମାନେ ହିଜାବ ପିନ୍ଧିଥିଲେ । ଏହାପରେ ଅନ୍ୟ କଲେଜକୁ ବି ହିଜାବ ନିଆଁ ବ୍ୟାପିଥିଲା । କର୍ଣ୍ଣାଟକରେ ହିଜାବ ନିଆଁ ପରେ ଦେଶର ଅନ୍ୟ ରାଜ୍ୟକୁ ଡେଉଁଛି ।

Leave a Reply