spot_img

Latest Posts

କର୍ଣ୍ଣାଟକ ହାଇକୋର୍ଟଙ୍କ ପ୍ରଶ୍ନ, ଆପଣ ଦ୍ୱିତୀୟ ଡୋଜ୍ କେମିତି ଦେଉଛନ୍ତି ?

ବେଙ୍ଗାଲୁରୁ: ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କରୋନା ଟିକାର ଦ୍ୱିତୀୟ ଡୋଜ୍ କେମିତି ଦିଆଯାଉଛି ଓ ଏନେଇ କେନ୍ଦ୍ର ତଥା ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେବାବଦରେ ମଙ୍ଗଳବାର ଦିନ କର୍ଣ୍ଣାଟକ ହାଇକୋର୍ଟ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ହାଇକୋର୍ଟ ପଚାରିଥିଲେ ଯେ, କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇ ସରକାରୀ ଅଧିକାରୀ କେଉଁଭଳି ପ୍ରସ୍ତାବ ଦେଉଛନ୍ତି। ଉତ୍ତରରେ ରାଜ୍ୟ ସରକାରଙ୍କ ଓକିଲ କହିଥିଲେ ଯେ, ବର୍ତ୍ତମାନ ପାଇଁ କରୋନା ଟିକାର ପ୍ରଥମ ଡୋଜକୁ ବନ୍ଦ କରି ଦିଆଯାଇଛି ଓ କେବଳ ସେମାନଙ୍କୁ ଟିକାର ଦ୍ୱିତୀୟ ଡୋଜ୍ ଦିଆଯିବ ଯେଉଁମାନେ ଆଗରୁ ପ୍ରଥମ ଡୋଜ୍ ନେଇଛନ୍ତି । ତେବେ ମୁଖ୍ୟ ବିଚାରପତି ଏଏସ ଓକା ଓ ଜଷ୍ଟିସ ଅରବିନ୍ଦ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠକୁ ଟିକାର ଉପଲବ୍ଧତାକୁ ନେଇ ରାଜ୍ୟ ସରକାର କୌଣସି ଆଶ୍ୱାସନା ଦେଇନଥିଲେ।

ଅଦାଲତ କହିଥିଲେ ଯେ, ବର୍ତ୍ତମାନ କେବଳ ୯ ଲକ୍ଷ ଡୋଜ୍ ଅଛି। ୧୬ ଲକ୍ଷ ଲୋକ ଟିକାର ଦ୍ୱିତୀୟ ଡୋଜ୍ ଆବଶ୍ୟକ କରୁଛନ୍ତି। ୧୮ରୁ ୪୪ ବର୍ଗଙ୍କୁ ଭୁଲିଯାଅ। ସେମାନେ ଦ୍ୱିତୀୟ ଡୋଜ୍ ହିଁ ଦେଇ ପାରିବେ ନାହିଁ। ପ୍ରଶ୍ନ ଉଠୁଛି ୪୫ ବର୍ଷରୁ ଅଧିକଙ୍କୁ କେମିତି ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ।

ଅଦାଲତ ରାଜ୍ୟ ସରକାରଙ୍କଠାରୁ ଜାଣିବାକୁ ଚାହିଁଥିଲେ ଯେ, କ’ଣ ରାଜ୍ୟରେ ଟିକାର ପ୍ରଥମ ଡୋଜ୍ ଦିଆଯାଉଛି ଓ ଦ୍ୱିତୀୟ ଡୋଜ୍ ଠିକ ସମୟରେ ଦିଆଯାଉ ନାହିଁ ।

Latest Posts

Don't Miss