ଜେଜେଙ୍କୁ ମନ୍ତ୍ରୀପଦ ଦେବାକୁ ରାହୁଲଙ୍କୁ ଚିଠି ଲେଖିଲା ୭ବର୍ଷ ବୟସର ନାତୁଣୀ

କର୍ଣ୍ଣାଟକ: ଜେଜେଙ୍କୁ ମନ୍ତ୍ରୀପଦ ଦେବାକୁ ନାତୁଣୀର ଚିଠି । ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି କର୍ଣ୍ଣାଟକ କଂଗ୍ରେସ ନେତା ଟି ବି ଜୟଚନ୍ଦ୍ରଙ୍କ ୭ବର୍ଷର ନାତୁଣୀ ଆରାନା ସନ୍ଦୀପ । ଜେଜେବାପାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇ ନଥିବାରୁ ଆରନା ଦୁଃଖି ଥିବା କହିଛନ୍ତି । ସେ ଲେଖିଛନ୍ତି, ମୋ ଜେଜେବାପା ଜଣେ କର୍ମନିଷ୍ଠ ବ୍ୟକ୍ତି ଓ ସେ ଯୋଗ୍ୟ । ତାଙ୍କୁ ମନ୍ତ୍ରୀପଦ ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଆରାନା । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆରନା ଲେଖିଥିବା ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗତ ୨୪ ତାରିଖରେ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପୂର୍ବରୁ ଜୟଚନ୍ଦ୍ରଙ୍କ ନାଁ ଚର୍ଚ୍ଚାରେ ରହିଥିଲେ ବି ଶେଷ ମୁହୂର୍ତ୍ତରେ ତାଙ୍କୁ ମନ୍ତ୍ରୀ କରାଯାଇ ନଥିଲା । କର୍ଣ୍ଣାଟକ ସିରାରୁ ବିଧାୟକ ଅଛନ୍ତି ଟି ବି ଜୟଚନ୍ଦ୍ର ।