ନିଜ ନିର୍ବାଚନ ମଣ୍ଡଳିରେ ଖଟ୍ଟରଙ୍କୁ ବିରୋଧ, ଗସ୍ତପୂର୍ବରୁ ଭାଙ୍ଗିଦେଲେ ଷ୍ଟେଜ୍

Karnal Farmer Protest CM Manohar Lal Police Lathi Charge

ଚଣ୍ଡିଗଡ଼: ନିଜ ନିର୍ବାଚନ ମଣ୍ଡଳିରେ ବିରୋଧର ସମ୍ମୁଖୀନ ହୋଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ଦେଶରେ କୃଷକ ଆନ୍ଦୋଳନର ନିଆଁ ଜଳୁଥିବା ବେଳେ କରନାଲ ଜିଲ୍ଲାର କୈମଳା ଗାଁରେ ବିଜେପି ପକ୍ଷରୁ କିଷାନ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ନିଜ ନିର୍ବାଚନ ମଣ୍ଡଳିରେ ହେଉଥିବା ଏହ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ ମୁଖ୍ୟମନ୍ତ୍ରୀ ଖଟ୍ଟର । କୃଷକଙ୍କ ସହ ଆଲୋଚନା କରିବା ସହ ନୂଆ କୃଷି ଆଇନର ଫାଇଦା କହିଥାନ୍ତେ । ତେବେ, ଖଟ୍ଟର କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପୂର୍ବରୁ ହିଁ ଦେଖା ଦେଇଥିଲା ଉତ୍ତେଜନା । ହଜାର ହଜାର କୃଷକ କୃଷି ଆଇନକୁ ବିରୋଧ କରି କଳା ପତାକା ଦେଖାଇବା ସହ ଖଟ୍ଟରଙ୍କ ବିରୋଧରେ ନାରାବାଜି କରିଥିଲେ ।

Karnal Farmer Protest CM Manohar Lal Police Lathi Charge

କୃଷକଙ୍କ ବଢ଼ୁଥିବା ସଂଖ୍ୟା ଓ ଆନ୍ଦୋଳନକାରୀଙ୍କୁ ରୋକିବାକୁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଚେଷ୍ଟା କରିଥିଲା । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠି ଚାର୍ଜ କରିବା ସହ ଲୁହବୁହା ଗ୍ୟାସ୍ ଚାଷୀଙ୍କ ଉପରେ ପ୍ରୟୋଗ କରିଥିଲା । ଏହାପରେ ସେଠାରେ ଉତ୍ତେଜନା ଦେଖାଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଗସ୍ତ କାର୍ଯ୍ୟକ୍ରମ ବାତିଲ୍ କରି ଦେଇଛନ୍ତି ।

Karnal Farmer Protest CM Manohar Lal Police Lathi Charge

କୃଷକଙ୍କ ଉପରେ ପୋଲିସର ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗର ଫଟୋ ଓ ଭିଡିଓ ଭାଇରାଲ୍ ହୋଇଛି । ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଚାଷୀ ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଛି । ଆନ୍ଦୋଳରତ କୃଷକ ସେଠାରୁ ଚାଲି ଯାଇଥିବା ବେଳେ ବିପୁଳ ପରିମାଣରେ ପୋଲିସ ମୁତୟନ କରାଯାଇଛି ।

Karnal Farmer Protest CM Manohar Lal Police Lathi Charge

କାର୍ଯ୍ୟକ୍ରମ ସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିର୍ମିତ ଷ୍ଟେଜରେ କୃଷକ ଭଙ୍ଗାରୁଜା କରିବା ସହ ବସିବାକୁ ଥିବା ଚେୟାର ଭାଙ୍ଗି ଦେଇଛନ୍ତି । ହେଲିପ୍ୟାଡରେ କୃଷକ ଏକାଠି ହୋଇ ନାରାବାଜି କରିଥିଲେ । କୃଷକଙ୍କ ବିରୋଧକୁ ଦେଖି ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ଗସ୍ତକୁ ବାତିଲ୍ କରିଦେଇଛନ୍ତି ।

Leave a Reply