spot_img

Latest Posts

ଓସ୍କାର ଦୌଡ଼ରେ ଏଣ୍ଟ୍ରି ମାରିଲା ‘ବିଟୁ’, ବାଦ ପଡ଼ିଲା ‘ଜଲିକଟ୍ଟୁ’

ନୂଆଦିଲ୍ଲୀ:  ଏଣ୍ଟ୍ରି ମାରିଲା କରିସ୍ମା ଦେବ ଦୁବେଙ୍କ ନିର୍ଦ୍ଦେଶିତ ସର୍ଟ୍ଟ ଫିଲ୍ମ ‘ବିଟୁ’। ଏହି ଫିଲ୍ମଟି ଓସ୍କାର ପାଇଁ ଶ୍ରେଷ୍ଠ ୧୦ ତାଲିକାରେ ଅଛି । ଏଥି ସହିତ, ମାଲାୟାଲମ୍ ଚଳଚ୍ଚିତ୍ର ‘ଜଲିକଟ୍ଟୁ’ ବିପୁଳ ସଫଳତା ପାଇବା ପରେ ଓସ୍କାର ଦୌଡ଼ରୁ ବାଦ ପଡ଼ିଛି।

ବିଟ୍ଟୁ’ ଫିଲ୍ମକୁ ଲାଇଭ୍ ଆକ୍ସନ୍ ଶର୍ଟ ଫିଲ୍ମ କ୍ୟାଟେଗୋରୀ ପାଇଁ ଚୟନ କରାଯାଇଛି। ‘ବିଟ୍ଟୁ’ ବ୍ୟତୀତ ଆଉ ୯ଟି ଶର୍ଟ ଫିଲ୍ମ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ଖୋଦ୍ ଏକତା କପୁର ଓ ତାହିରା କଶ୍ୟପ୍ ସୋଶାଲ ମିଡିଆରେ ଏହି ଖୁସି ଖବର ଶେଆର୍ କରିଛନ୍ତି। ଏହି ଫିଲ୍ମଟି ‘ଇଣ୍ଡିଆନ୍ ୱିମେନ୍ ରାଇଜିଂ’ ପ୍ରୋଜେକ୍ଟ ଅଧିନରେ ତାହିରା କାଶ୍ୟପ, ଏକତା କପୁର  ଏବଂ ଗୁନିତ ମୋଙ୍ଗାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି।

ଚଳିତ ବର୍ଷ ଆରମ୍ଭରେ ଫିଲ୍ମ ନିର୍ମାତା ଏକତା କପୁର, ଗୁନୀତ ମୋଙ୍ଗା, ତାହିରା କଶ୍ୟପ୍ ଖୁରାନ୍ନା ଓ ରୁଚିକା କପୁର ‘ଇଣ୍ଡିଆନ୍ ୱିମେନ୍ ରାଇଜିଂ’ ଲଞ୍ଚ କରିଥିଲେ। ନିଜର ପ୍ରଥମ ପ୍ରୋଜେକ୍ଟର ଘୋଷଣା କରିବା ପରେ ପରେ ଏକ ଶର୍ଟ ଫିଲ୍ମ ନିର୍ମାଣ କରିଥିଲେ, ଯାହାର ନାମ ‘ବିଟ୍ଟୁ’ ରଖାଯାଇଛି। ଏହି ଫିଲ୍ମଟି ପାଖାପାଖି ୧୮ଟି ଫିଲ୍ମ ଫେଷ୍ଟିଭାଲରେ ଦେଖାସରିଲାଣି। ଫିଲ୍ମଟି ତା’ର ଦମଦାର କାହାଣୀ ଓ ଅଭିନୟ ଦ୍ୱାରା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ସବୁଠି ଏହା ବେଶ ପ୍ରଶଂସା ମଧ୍ୟ ସାଉଁଟିଛି। ଫିଲ୍ମରେ ଦୁଇଟି ସ୍କୁଲ ପିଲାଙ୍କ କାହାଣୀ ଦେଖାଯାଇଛି।

ଅନ୍ୟପଟେ ମାଲାୟଲମ ଫିଲ୍ମ ‘ଜଲି କଟ୍ଟୁ’ ପ୍ରଥମେ ୨୦୧୯ ସେପ୍ଟେମ୍ବର ୬ରେ ଟରୋଣ୍ଟୋ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା, ଯେଉଁଠାରେ ଏହା ଅନେକ ପ୍ରଶଂସା ସାଉଁଟିଥିଲା। ଏହା ପରେ ଫିଲ୍ମଟି  ୨୦୧୯ ଅକ୍ଟୋବର ୪ରେ କେରଳରେ ରିଲିଜ୍ ହୋଇଥିଲା। ଏହି ଚଳଚ୍ଚିତ୍ରଟି ବୁସାନ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା। । ଏହା ବ୍ୟତୀତ ଫିଲ୍ମଟି ଅନେକ ଗୁଡ଼ିଏ ପୁରସ୍କାର ମଧ୍ୟ ପାଇଛି।

Latest Posts

Don't Miss