ସୀତା ଭୂମିକା ପାଇଁ କରୀନା ମାଗିଛନ୍ତି ଏତିକି କୋଟି ଟଙ୍କା, ଶୁଣିଲେ ଉଡ଼ିଯିବ ହୋସ୍

ମୁମ୍ବାଇ: ବଲିଉଡ ବେବୋ କରୀନା କପୁର ଖାନ ଏବେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ବିଟାଉନ୍ ରେ କରୀନାଙ୍କ କ୍ରେଜ୍ ସବୁବେଳେ ଦେଖିବାକୁ ମିଳେ । ରିପୋର୍ଟ ଅନୁସାରେ ଫିଲ୍ମ ରାମାୟଣରେ କରୀନାଙ୍କୁ ସୀତାଙ୍କ ଚରିତ୍ରରେ ଅଭିନୟ କରିବାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ତାଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ଅଫର ମିଳିଛି । ଆଉ ଏହି ପ୍ରୋଯେକ୍ଟ ପାଇଁ ସେ ୧୨ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି । ସୂଚନାଯୋଗ୍ୟ ଯେ, ଫିଲ୍ମ ପାଇଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ବେବୋ ।

କରୀନାଙ୍କୁ ଏହି ଭୂମିକା ପାଇଁ ୬ ରୁ ୮ କୋଟି ଫି ସ୍ଥିର କରାଯାଇଥିଲା। କାରଣ ସାଧାରଣତଃ ଗୋଟିଏ ଫିଲ୍ମ ପାଇଁ କରୀନା ୬ରୁ କୋଟି ଦାବି କରନ୍ତି। କିନ୍ତୁ ରାମାୟଣ ଫିଲ୍ମ ପାଇଁ ଅଧିକ ସମୟ ଦେବାକୁ ପଡ଼ିବ ବୋଲି ସେ ୧୨ କୋଟି ଦାବି କରିଥିବା କୁହାଯାଉଛି। ଅଲୌକିକ ଦେଶାଇ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳେ ଏହାରାମାୟଣଆଧାରରେ ନିର୍ମାଣ ହେବ ବୋଲି ଜଣାପଡ଼ିଛି। ଏଥିରେ ସୀତାଙ୍କ ଭୂମିକାକୁ ବିଶେଷ ଭାବେ ପ୍ରାଧ୍ୟାନ୍ୟ ଦିଆଯିବ ବୋଲି ମଧ୍ୟ ଜଣାପଡ଼ିଛି

କରୀନାଙ୍କ ପାଖରେ ଏବେ ଭିରେ ଦି ୱେଡିଂ ୨ ଏବଂ ହଂସଲ ମେହେତାଙ୍କର ଏକ ଚଳଚ୍ଚିତ୍ର ରହିଛି। ଏହି ଦୁଇଟି ପ୍ରୋଜେକ୍ଟ ପରେ ହିଁ କରୀନା ରାମାୟଣ ଫିଲ୍ମ ଉପରେ ଫକୋସ୍ କରିପାରିବେ। କରୀନାଙ୍କ ସୀତା ଭୂମିକା ବିଷୟରେ ଖବର ଗଣମାଧ୍ୟମରେ ଆସିବା ମାତ୍ରେ ଦର୍ଶକଙ୍କର ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । କିଛି ଲୋକ ଏହି ଖବରକୁ ନେଇ ବହୁତ ଖୁସି ଥିବାବେଳେ କିଛି କରୀନାଙ୍କୁ ଏହି ଭୂମିକା ପାଇଁ ଟ୍ରୋଲ ମଧ୍ୟ କରୁଛନ୍ତି ।

Leave a Reply