କରଞ୍ଜିଆରେ ହାତୀ ଉପଦ୍ରବ: ଗାଁରେ ପଶି ଘର ଭାଙ୍ଗିଲେ

କରଞ୍ଜିଆ: କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । ଗତ କାଲି ବିଳମ୍ବିତ ରାତିରେ ଠାକୁରମୁଣ୍ଡା ବନାଞ୍ଚଳ ଖସାକୁଦର ଗ୍ରାମରେ ଦୁଇଟି ଘର ଭାଙ୍ଗିଛନ୍ତି । ଗତ ଦୁଇ ଦିନ ହେଲା ଠାକୁରମୁଣ୍ଡା ବନାଞ୍ଚଳ ଛାଡି କେନ୍ଦୁଝର ଜିଲ୍ଲା ପାଟଣା ବନଖଣ୍ଡ କୁ ଯାଇଥିଲେ କିନ୍ତୁ ଗତକାଲି ବିଳମ୍ବିତ ରାତିରେ ପୁଣି ଠାକୁରମୁଣ୍ଡା ବନାଞ୍ଚଳ ପଶି ଆସିଛନ୍ତି । ତେବେ ଅଠର ଟି ହାତୀ ପୁଣି ପାଟଣା ବନଖଣ୍ଡକୁ ଚାଲି ଯାଇଥିବା ବେଳେ ଆଠଟି ହାତୀ ଠାକୁରମୁଣ୍ଡା ବନାଞ୍ଚଳ ସୀମାବେଡା ଜଙ୍ଗଲରେ ଅଛନ୍ତି ।

ସେହିଭଳି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନରେ ମଧ୍ୟ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ସଞ୍ଜ ନଇଁଲେ ଗାଁ ଭିତରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ୨୬ ଟିକିଆ ହାତୀପଲ। ସୋମବାର ବିଳମ୍ବିତ ରାତିରେ ଏହି ହାତୀପଲ କୁମୁଳାବାହାଳି ଓ ବନବୀର ଗ୍ରାମରେ ପଶି ଘରଦ୍ଵାର ଭାଙ୍ଗି ଦେଇଛନ୍ତି। ଏଥି ସହ ମାଛଗଡ଼,ଦାମାହୁଦା ଡାଳପକା ଅଞ୍ଚଳରେ ଏକର ଏକର ଧାନ ଫସଲ ଓ ପନିପରିବା ଚାଷ ନଷ୍ଟ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବାହାଘର ସାରି ଫେରୁଥିବା ବେଳେ ଓଲଟିଲା ବସ୍: ୪ଜଣ ଗୁରୁତର

Leave a Reply