spot_img

Latest Posts

ଫିଲ୍ମ ସୂର୍ଯ୍ୟବଂଶୀରୁ ହଟାଯାଇଛି ପ୍ରଯୋଜକ କରନ ଯୋହରଙ୍କ ନା !

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଫିଲ୍ମମେକର କରନ ଯୋହର ନେପୋଟିଜମ୍ ମାମଲାର ଶିକାର ହୋଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କୁ ବହୁତ ଟ୍ରୋଲ କରାଯାଉଛି । କରନ ଯୋହରଙ୍କ ବିରୋଧରେ ଚାଲିଥିବା ଅଭିଯାନକୁ ଦୃଷ୍ଟିରେ ରଖି ସୂର୍ଯ୍ୟବଂଶୀ ଫିଲ୍ମରୁ ତାଙ୍କ ନାମ ହଟାଯାଇଛି ବୋଲି ଖବର ଆସିଛି ।

କରଣ ଯୋହର ହେଉଛନ୍ତି ସୂର୍ଯ୍ୟବଂଶୀ ଫିଲ୍ମର ନିର୍ମାତା। ରୋହିତ ଶେଟ୍ଟୀଙ୍କ ଫିଲ୍ମରୁ କରନଙ୍କ ନାମ ହଟାଇ ଦିଆଯାଇଥିବା ଅନୁମାନ କରାଯାଉଛି। କିନ୍ତୁ ଟ୍ରେଡ୍ ଆନାଲିଷ୍ଟ ତରନ ଆଦର୍ଶ ସ୍ପଷ୍ଟ କରିଛନ୍ତି ଯେ, ଏହି ସବୁ ଖବର ମିଛ । କରନ ଯୋହରଙ୍କ ନାମ ସୂର୍ଯ୍ୟବଂଶୀ ନିର୍ମାତା ତାଲିକାରୁ ହଟାଯାଇ ନାହିଁ। ତରନ ଆଦର୍ଶ  ଟୁଇଟ୍ କରିଛନ୍ତି ଯେ, କରନ ଫିଲ୍ମ ସୂର୍ଯ୍ୟବଂଶୀର ଅଂଶ ନୁହଁନ୍ତି ବୋଲି ଖବର ପ୍ରକାଶ ପାଇଛି। ହେଲେ ଏହା ସତ୍ୟ ନୁହେଁ  । ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏହି ବିଷୟରେ ସ୍ପଷ୍ଟ କରିଛି।

ସୂର୍ଯ୍ୟବଂଶୀ ରିଲିଜ୍ ତାରିଖ ବିଷୟରେ କହିବାକୁ ଗଲେ ଅକ୍ଷୟ କୁମାରଙ୍କ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବ। କରୋନା ଭାଇରସ୍ ଯୋଗୁଁ ଏହି ଫିଲ୍ମ ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ। ସାରା ଦେଶରେ ସିନେମା ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜ ହୋଇପାରୁନାହିଁ । ଦୀପାବଳିରେ ପରିସ୍ଥିତି ଭଲ ଥିବ ଏବଂ ସିନେମା ହଲ୍ ଖୋଲିବ ବୋଲି ଆଶା କରାଯାଉଛି। ଦର୍ଶକମାନେ ଏବେ ଦୀପାବଳି ପାଇଁ ଅପେକ୍ଷା କରିଛନ୍ତି ଯାହାଦ୍ୱାରା ସେମାନେ ଅକ୍ଷୟ କୁମାରଙ୍କ ଆକ୍ସନ୍ ପ୍ୟାକ୍ ଫିଲ୍ମ ଦେଖିପାରିବେ ।

କ୍ୟାଟ୍ରିନା କୈଫଙ୍କୁ ଫିଲ୍ମ ସୂର୍ଯ୍ୟବଂଶୀରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ରୋହିତ ଶେଟ୍ଟୀ ଦେଇଛନ୍ତି । ଫିଲ୍ମର ଟ୍ରେଲରରେ ରିଲିଜ ହେବା ପରେ ବଜାରରେ ଧମାଲ ହୋଇଥିଲା ।

ଦର୍ଶକ ଫିଲ୍ମର ଟ୍ରେଲର ବହୁତ ପସନ୍ଦ କରିଥିଲେ ।  ଅକ୍ଷୟ କୁମାର ଫିଲ୍ମରେ ଜଣେ ପୋଲିସ ଭୂମିକାରେ ନଜର ଆସିବେ। ଅଜୟ ଦେବଗନ୍ ଏବଂ ରଣଭୀର ସିଂ ସୂର୍ଯ୍ୟବଂଶୀରେ କେମିଓ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ପ୍ରଶଂସକମାନେ ସିଘଂମ୍, ସିମ୍ବା ଏବଂ ସୂର୍ଯ୍ୟବଂଶିଙ୍କୁ ଏକ ଫ୍ରେମରେ ଦେଖିପାରିବେ ।

Latest Posts

Don't Miss