କାହିଁକି ରାତି ସାରା ଶୋଇଲାନି ପାକିସ୍ତାନର କରାଚି ?

1 min read

ନୂଆଦିଲ୍ଲୀ: ଯୁଦ୍ଧ ବିମାନ ଉଡ଼ାଣକୁ ନେଇ ପାକିସ୍ତାନରେ ହଲଚଲ । ମଙ୍ଗଳବାର ରାତିରେ ଶୋଇଲାନି ପାକିସ୍ତାନର କରାଚି ସହର । ଆକାଶରେ ଲଗାତାର ଯୁଦ୍ଧ ବିମାନ ଉଡ଼ାଣ ଓ ତାର ଶବ୍ଦକୁ ନେଇ କରାଚିବାସୀ ଚିନ୍ତିତ ହୋଇ ପଡ଼ିଛନ୍ତି । ପାକିସ୍ତାନର ଏହି ଡର ସୋସିଆଲ ମିଡିଆ ଟ୍ୱିଟରରେ ଟ୍ରେଣ୍ଡ ହେଉଛି । ରାତିରେ ଭାରତ ପୁଣିଥରେ କିଛି ବଡ଼ କରି ଦେଖାଇଥିବା କହୁଛନ୍ତି ପାକିସ୍ତାନୀ ।

ପାକିସ୍ତାନୀ ଟ୍ୱିଟର ବ୍ୟବହାରକାରୀଙ୍କ ପ୍ରକାରେ, ମଙ୍ଗଳବାର ରାତିରେ କରାଚିରେ ବିଦ୍ୟୁତ୍ କାଟି ଦିଆଯାଇଥିଲା । ଆକାଶରେ କେବଳ ଯୁଦ୍ଧ ବିମାନ ଘୁରି ବୁଲୁଥିଲେ । ଏପରିକି ଭାରତ ବାଲାକୋଟ ଭଳି କିଛି ବଡ଼ ଏୟାରଷ୍ଟ୍ରାଇକ୍ କରିଥିବା ଅନୁମାନ କରିଥିଲେ ପାକିସ୍ତାନବାସୀ ।

ପାକିସ୍ତାନୀ ପତ୍ରକାର ବଜ ଖାନ ଟ୍ୱିଟ୍ କରି ଭାରତ ଓ ପାକିସ୍ତାନ ଉଭୟଙ୍କୁ ଏହା କଣ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ।

ଏତିକି ନୁହେଁ, ଲୋକ ଟ୍ୱିଟରେ ଭିଡିଓ ସେୟାର କରିଛନ୍ତି । ତେବେ, ଏହି ଭିଡିଓ କେଉଁଠାର ଜଣାପଡ଼ିନାହିଁ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ବାଲାକୋଟରେ ଏୟାର ଷ୍ଟ୍ରାଇକ କରି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରି ଦେଇଥିଲା । ରାତି ଅଧରେ ଭାରତର ଏହି ଆକ୍ରମଣର ଟେର୍ ପାଇନଥିଲା ପାକିସ୍ତାନର ବାୟୁ ସେନା ।

https://twitter.com/SacchiSadhana/status/1270477649639469058?ref_src=twsrctfwtwcamptweetembedtwterm1270477649639469058&ref_url=httpsaajtak.intoday.instorypakistan-indian-air-force-karachi-twitter-trend-balakot-air-strike-1-1199406.html

ଟ୍ୱିଟରରେ ପାକିସ୍ତାନୀଙ୍କ ମନରେ ଭୟ ଦେଖି ଭାରତୀୟ ନେଟିଜେନ୍ ତାହାର ଭରପୁର ମଜା ନେଇଛନ୍ତି । ପୁଣି ଥରେ ପାକିସ୍ତାନକୁ ଏୟାରଷ୍ଟ୍ରାଇକ ଓ ସର୍ଜିକାଲ ଷ୍ଟ୍ରାଇକକୁ ମନେ ପକାଇ ଦେଇଛି ।

https://twitter.com/Atheist_Krishna/status/1270568017030594560?ref_src=twsrctfwtwcamptweetembedtwterm1270568017030594560&ref_url=httpsaajtak.intoday.instorypakistan-indian-air-force-karachi-twitter-trend-balakot-air-strike-1-1199406.html

କିଛିଦିନ ହେଲା ପାକିସ୍ତାନ ଏୟାରପୋର୍ସ କରାଚି ନିକଟରେ ଅଭ୍ୟାସ କରଛି । ଯେଉଁଥିରେ ବଡ଼ ବଡ଼ ଯୁଦ୍ଧ ବିମାନ ବି ସାମିଲ୍ ଅଛି ।

 

Leave a Reply