କରାଚୀରେ ବିସ୍ଫୋରଣ: ୧୧ ମୃତ, ୧୨ ଆହତ
କରାଚୀ: ବିସ୍ଫୋରଣରେ ପୁଣି ଥରିଲା ପାକିସ୍ତାନ । ଶନିବାର ମଧ୍ୟାହ୍ନରେ କରାଚୀ ଅଞ୍ଚଳରେ ଏକ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋଣ ଏତେ ମାତ୍ରାରେ ରହିଥିଲା ଯେ, ଏଥିରେ ସମଗ୍ର ଅଞ୍ଚଳରେ ଏକ ଶବ୍ଦ ଶୁଣିବାକୁ ମିଳିଥିଲା । ବିସ୍ଫୋରଣଟି ଶେରଶାହ ଅଞ୍ଚଳରେ ପରଚା ନିକଟଦରେ ଘଟିଥିବା ସୂଚନା ଦେଇଛି ସ୍ଥାନୀୟ ପୋଲିସ । ଏଥିରେ ସମୁଦାୟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାିଛି ।
ଘଟଣା ସ୍ଥଳରେ ତଦନ୍ତ କରୁଥିବା ପୋଲିସ ଅଧିକାରୀ କହିଛନ୍ତି ଏହି ବିସ୍ଫୋରଣ ଏକ ବ୍ୟାଙ୍କ ନିକଟରେ ଘଟିଛି । ବ୍ୟାଙ୍କ ପାଖରେ ଯାଇଥିବା ଏକ ନାଳ ନିକଟରେ ଏହି ଘଟଣା ଘଟିଛି । ସ୍ଥାନୀୟ ପ୍ରଶାସନ ଦ୍ୱାରା ନାଳ ସଫା କରାଯାଉଥିଲା । ପୂର୍ବରୁ ଏନେଇ ନୋଟିସ ମଧ୍ୟ ଲଗାଯାଇଥିଲା । ଏହି ସମୟରେ ଏକ ବିସ୍ଫୋରଣ ଘଟିଥିଲା । ଯଦ୍ୱାରା ପାଖରେ ଥିବା ଏକ ବ୍ୟାଙ୍କ ଓ ଏକ ପେଟ୍ରୋଲ ପମ୍ପରେ ବ୍ୟାପକ କ୍ଷତି ଘଟିଛି ।
ପୋଲିସ ଅନୁମାନ କରିଛି ଯେ, କେନାଲ ଭିତରେ କିଛି ବିସ୍ଫୋରକ ସାମଗ୍ରୀ କିମ୍ବା ଗ୍ୟାସ ରହିଥିଲା । ଯଦ୍ୱାରା ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣର ସୂଚନା ପାଇବା ମାତ୍ରେ ତୁରନ୍ତ ବିସ୍ଫୋରକ ନିରୋଧି ଗ୍ୟାଙ୍ଗ ପହଁଚିଥିଲା । ଘଟଣାସ୍ଥଳର ଚତୁଃର୍ପାଶ୍ୱକୁ ଘେରାବନ୍ଦୀ କରାଯାଇଥିଲା । ଉକ୍ତ ସ୍ଥାନରେ ଥିବା ଗାଡ଼ି ମଟର ଆଦି ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିରହିଥିବାବେଳେ ଆବର୍ଜନା ମଧ୍ୟ ଅନ୍ୟତ୍ର ପଡ଼ିଥିବା କହିଛନ୍ତି ପୋଲିସ ଅଧିକାରୀ । ତେବେ କାହିଁକି ଓ କେଉଁ କାରଣରୁ ଏହି ଘଟଣା ଘଟିଛି । ଏହା ପଛରେ କାହାର ହାତ ରହିଛି କି ନାହିଁ, ତାହାର କାରଣ ଖୋଜୁଛି ଏକ ତଦନ୍ତକାରୀ ଟିମ୍ ।