୮ ବର୍ଷ ପରେ ଲିଙ୍ଗରାଜଙ୍କ ବିବାହ ଉତ୍ସବରେ ଯୋଗଦେବେ କପିଳେଶ୍ୱର

ଭୁବନେଶ୍ୱର: ଲିଙ୍ଗରାଜଙ୍କ ବିବାହ ଉତ୍ସବରେ ଯୋଗଦେବେ କପିଳେଶ୍ବର । ଦୀର୍ଘ ୮ ବର୍ଷ ପରେ ଦେବ ବିବାହରେ କପିଳେଶ୍ବର ସାମିଲ ହେବେ । ଭୁବନେଶ୍ବରର ଉପଜିଲ୍ଲାପାଳ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ମଲ୍ଲିଆ ଓ ଖୁଣ୍ଟିଆ ସେବାୟତଙ୍କ ଅନ୍ୟ ଦାବି ସମ୍ପର୍କରେ ଆସନ୍ତା 17 ତାରିଖରେ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଛି । ଏବେ ଦେବଦମ୍ପତିଙ୍କ ବିବାହ ସହିତ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ସୁରୁଖୁରୁରେ ହେବା ନେଇ ପ୍ରଶାସନ ଏବେ ଆଶାବାଦୀ ରହିଛି । ତେବେ ଲିଙ୍ଗରାଜ ମନ୍ଦିରର ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ଦାବି ନେଇ ବୈଠକରେ ଆଲୋଚନା ଜାରି ରହିଛି ।