ଭାଇରାଲ ହେଲା କପିଲ ଦେବଙ୍କ ହସ୍ପିଟାଲ ଫଟୋ, ଏବେ ଏମିତି ଅଛି ଅବସ୍ଥା…

1 min read

ନୂଆ ଦିଲ୍ଲୀ: ଭାରତକୁ ପ୍ରଥମ ବିଶ୍ୱକପ ଜିତାଇଥିବା ପୂର୍ବତନ କ୍ୟାପଟେନ କପିଲ ଦେବଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । କପିଲ ଦେବଙ୍କ ଆଞ୍ଜିଓପ୍ଲାଷ୍ଟି ସଫଳ ହୋଇଛି ଏବଂ ଏବେ ଏହି ଖେଳାଳି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ହସ୍ପିଟାଲରୁ କପିଲ ଦେବଙ୍କ ପ୍ରଥମ ଫଟୋ ଭାଇରାଲ ହେଉଛି । ଶୁକ୍ରବାର ଦିନ କପିଲ ଦେବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସମସ୍ତେ କପିଲ ଦେବଙ୍କ ସୁସ୍ଥ ହେବା ନେଇ ପ୍ରାର୍ଥନା କରୁଥିଲେ । ଏଥିପାଇଁ କପିଲସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ଲେଖିଛନ୍ତି ଯେ, ସେ ଏବେ ସମ୍ପୂର୍ଣ୍ଣ ଭାବେ ଭଲ ଅଛନ୍ତି । ସେ ଗଲ୍ଫ ଖେଳିବା ଅପେକ୍ଷାରେ ଅଛନ୍ତି ।

ସୂଚନାଯୋଗ୍ୟ ଯେ, କପିଲ ଦେବ ଦକ୍ଷିଣ ଦିଲ୍ଲୀର ଫୋର୍ଟିସ୍ ଏସ୍କର୍ଟ ହସ୍ପିଟାଲରେ ଏକ ସଫଳ ଜରୁରୀକାଳୀନ କରୋନାରୀ ଆଞ୍ଜିଓପ୍ଲାଷ୍ଟି କରିଥିଲେ। ଗୁରୁବାର ରାତିରେ ହୃଦଘାତ ପରେ ୬୧ ବର୍ଷିୟ କପିଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କପିଲଙ୍କ ଅବସ୍ଥାରେ ପରିବର୍ତ୍ତନ ଆସିଥିବାରୁ ଆସନ୍ତା କିଛି ଦିନ ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

କପିଲ ଦେବଙ୍କ ସାଥୀ, ଖେଳାଳି ଚେତନ ଶର୍ମା ହସ୍ପିଟାଲରୁ ଫଟୋ ସେୟାର କରିଛନ୍ତି । ଫୋର୍ଟିସ୍ ଏସ୍କର୍ଟସ୍ ହସ୍ପିଟାଲର ହୃଦରୋଗ ବିଭାଗର ନିର୍ଦ୍ଦେଶକ ଡ. ଅତୁଲ ମାଥୁରଙ୍କ କହିବାନୁସାରେ, କପିଲଙ୍କୁ  ଦିନ ୧ଟାରେ ଭର୍ତ୍ତି କରାଯାଇଥିଲା । ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ରେକର୍ଡ କରିଥିବା କପିଲ ଦେବ ୧୯୯୪ ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ସେ ୬ ବର୍ଷ ଧରି ସର୍ବାଧିକ ଟେଷ୍ଟ ୱିକେଟ୍ ରେକର୍ଡ କରିଥିଲେ। କପିଲଙ୍କ ପରେ ଇଂଲଣ୍ଡର କର୍ଟନି ୱାଲ୍ସ ତାଙ୍କ ରେକର୍ଡ ଭାଙ୍ଗିଥିଲେ ।

୧୯୮୩ ମସିହାରେ ଯେବେ କପିଲ ଦେବ ଅଧିନାୟକ ଥିଲେ ସେତେବେଳେ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଥିଲା । କପିଲ ଭାରତ ପାଇଁ ୧୩୧ ଟେଷ୍ଟ ଏବଂ ୨୨୫ ଟି ୱାନ ଡେ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ସେ ୫୨୪୮ ଏବଂ ୩୭୮୩ ରନ ସ୍କୋର କରିଛନ୍ତି । ଏହା ବ୍ୟତୀତ ସେ ୨୭୫ ପ୍ରଥମ ଶ୍ରେଣୀ ମ୍ୟାଚ୍ ଏବଂ ୩୧୦ ଲିଷ୍ଟ-ଏ ମ୍ୟାଚ୍ ମଧ୍ୟ ଖେଳିଛନ୍ତି ।

Leave a Reply