ଯୋଡ଼ା ଶ୍ରାବଣ ପାଇଁ ବନ୍ଦ ଥିଲା ଜଳଲାଗି, ଆଜିଠୁ ପୁଣି ଜଳାଭିଷେକ କରୁଛନ୍ତି କାଉଡିଆ

ନନ୍ଦିଘୋଷ ବ୍ୟୁରୋ: ଚଳଚଞ୍ଚଳ ଶୈବପୀଠ । ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି କାଉଡ଼ିଆ । ଗୋଟିଏ ମାସ ବ୍ୟବଧାନ ପରେ ପୁଣି ଚଳଚଞ୍ଚଳ ଶୈବପୀଠ । ମଳମାସ ସରିଥିବାରୁ ଶ୍ରାବଣର ଶେଷ ଦୁଇ ସୋମବାର ହେବ ଜଳଲାଗି । ଏଥିପାଇଁ ଚଳଚଞ୍ଚଳ ଶୈବପୀଠ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କାଉଡ଼ିଆମାନେ ଏକାଠି ହୋଇ ପୂଜା କରିବା ସହ ପାଣି ଉଠାଇ ଶୈବପୀଠରେ ପହଞ୍ଚିଛନ୍ତି ।

ବିଶ୍ବାସ ଓ ଭକ୍ତିର ଏକ ମହାମିଳନ ଦେଖିବାକୁ ମିଳିଛି । ପୂଜାର୍ଚ୍ଚନା ପରେ ପାଣିଭାର ନେଇ ଶୈବପୀଠରେ ପହଞ୍ଚିଛନ୍ତି କାଉଡ଼ିଆ । ମାସର ପ୍ରଥମ ଦୁଇ ସୋମବାର ହୋଇଥିଲା ଜଳଲାଗି । ତେବେ ଯୋଡ଼ା ଶ୍ରାବଣ ପଡିବାକୁ ମଝିରେ ମଳମାସ ପାଇଁ ଜଳଲାଗି ବନ୍ଦ ରହିଥିଲା । ମଳମାସ ଶେଷ ହେବା ପରେ ଅଗଷ୍ଟ ମାସର ଶେଷକୁ ଦୁଇଟି ସୋମବାର 21 ତାରିଖ ଅର୍ଥାତ ଆଜି ଓ 28ତାରିଖ ଦିନ ଜଳଲାଗିର ବ୍ୟବସ୍ଥା ରହିଥିବା ସଂସ୍କୃତି ଗବେଷକ ମାନେ କହିଥିଲେ । ଗତକାଲି ପବିତ୍ର ଗଡ଼କଡ଼ିଆରୁ ଜଳାଭାରର ଧରି ଉତ୍ସାହର ସହ ଲିଙ୍ଗରାଜ, ଧବଳେଶ୍ଵର, ସର୍ପେଶ୍ବର ଆଦି ଶୈବପୀଠରେ ପହଞ୍ଚିଛନ୍ତି କାଉଡ଼ିଆ ।