spot_img

Latest Posts

ବିଜେଡିର ଗଡ଼ କଣ୍ଟାମାଳ ନିର୍ବାଚନମଣ୍ଡଳୀ, ୨୦୦୯ ମସିହାରୁ ରହିଛି ବିଜେଡି ଦଖଲରେ

ନନ୍ଦିଘୋଷ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ସହ ଉଭୟ ଦଳ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ରଜ୍ୟରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ୩ ପ୍ରମୁଖ ରଜନୈତିକ ଦଳ ବିଜେଡି , ବିଜେପି ଓ କଂଗ୍ରେସ ବିଜୟ ବାନା ଉଡାଇବାକୁ ପ୍ରସ୍ତୁତି ଆରମ୍ଭ କଲେଣି । ଏହାରି ଭିତରେ ବୌଦ୍ଧ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।

୨୦୦୯ ମସିହାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଅଲଗା ହୋଇ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା। ୨୦୦୯ ମସିହାରୁ ଏହାକୁ ବିଜୁ ଜନତା ଦଳ ଦଖଲ କରିବା ସହ ଏଯାବତ ଏହା ବିଜେଡ଼ି ଗଡ଼ ହୋଇ ରହି ଆସିଛି। କଣ୍ଟାମାଳ ଓ ବୌଦ୍ଧ ଦୁଇଟି ବ୍ଲକକୁ ନେଇ ଗଠିତ ଏହି ନର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୧ ଲକ୍ଷ ୬୭ ହଜାର ୬ ଶହ ୩୮ ଭୋଟର। ସେଥି ମଧ୍ୟରୁ ୮୧ ହଜାର ୯ ଶହ ୧୦ ଜଣ ମହିଳା ଭୋଟର, ୮୫ ହଜାର ୯ ଶହ ୭୨ ଜଣ ପୁରୁଷ ଭୋଟର  ଓ ଜଣେ ମାତ୍ର ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି ।

କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସରକାରଙ୍କ ଦ୍ୱାରା  ଡାକ୍ତରଖାନା ରୂପାନ୍ତରିକରଣ , ତେଲ ନଦୀ ଉପରେ ଫସେଡ଼ରୁ ବଲାଙ୍ଗୀର ଓ କଣ୍ଟାମାଳ ରୁ ତରଭା ଆଦି ଦୁଇଟି ସେତୁ ନିର୍ମାଣ ହୋଇଛି। ଗାଁକୁ ରାସ୍ତାର ସଂଯୋଗ ସହ ଉନ୍ନତିକରଣ , ଜଳ ସେଚନର ସୁବିଧା, ୱୁ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ , ସରକାରୀ ସ୍କୁଲର ରୂପାନ୍ତରିକରଣ ଲୋକଙ୍କୁ ପ୍ରଭାବିତ କରିଛି।ଯାହାକୁ ପ୍ରସଙ୍ଗ କରି ଜନତାଙ୍କ ପାଖକୁ ଯିବାକୁ ଯୋଜନା କରିଛି ବିଜେଡି । ସେହିପରି ଭାରତୀୟ ଜନତା ପାର୍ଟି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ବୌଦ୍ଧ ଜିଲ୍ଲାର ସ୍ୱପ୍ନ ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନକୁ ମୁଖ୍ୟ ମୁଦ୍ଦା କରି ଏଥର ନିର୍ବାଚନ ରଣାଙ୍ଗନାରେ ଓହ୍ଲାଇବ ବୋଲି କହୁଛି। ସେପଟେ ଭୋଟର ଙ୍କ ମନ ଜିଣିବା ପାଇ କଂଗ୍ରେସ ମଧ୍ୟ ସଭା ସମିତି ଆରମ୍ଭ କରିଛି । କିନ୍ତୁ ନିର୍ବାଚନରେ ଭଲ ପ୍ରାର୍ଥୀ ଓ ବିକାଶକୁ ଦେଖି ଭୋଟ ଦେବାକୁ ଭୋଟର ମାନେ କହିଛନ୍ତି ।

୨୦୦୯ରେ ବିଜେଡ଼ି ପ୍ରାର୍ଥୀ ଭଗବାନ କହଁର  ୪୫ ହଜାର ୯ ଶହ ୭୯ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ୨୦୧୪ରେ ବିଜେଡିରୁ ନୂଆ ଚେହେରା ମହୀଧର ରଣା ପ୍ରଥମ ଥର ପାଇଁ ବିଜୟୀ ହୋଇଥିଲେ।୨୦୧୯ ମସିହାରେ କହ୍ନେଇ ଚରଣ ଡାଙ୍ଗ କଂଗ୍ରେସ ଛାଡି ବିଜେପିର ପ୍ରାର୍ଥୀ ହୋଇ ୩୯ ହଜାର ୪ ଶହ ୪୯ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁ ୧୩ ହଜାର ୧ ଶହ ୬୬ ଭୋଟ ପାଇଥିଲେ। ବିଜେଡ଼ି ଟିକେଟ ନମିଳିବାରୁ  ବୟନିକା ଅଧ୍ୟକ୍ଷ ଥିବା ଶେଷ କୁମାର ମେହେର ସ୍ୱାଧୀନଭାବେ ନିର୍ବାଚନ ଲଢ଼ି ୨୮ ହଜାର ୩ ଶହ ୭୦ ଭୋଟ ପାଇଥିଲେ। ତେବେ ବିଜେଡି ପ୍ରାର୍ଥୀ ମହିଧର ରଣା ସମସ୍ତଙ୍କୁ ପଛରେ ପକାଇ ୪୩ ହଜାର ୯୯ ଭୋଟ ପାଇ ବିଜୟୀ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ମହିଧର ରଣାଙ୍କୁ ପୁଣି ବିଜେଡ଼ି ଭରସା କରିଥିବା ବେଳେ ସେ ହାଟ୍ରିକ ଲକ୍ଷ୍ୟରେ ରହିଛନ୍ତି ।

 

Latest Posts

Don't Miss