ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀର ତଣ୍ଟିଚିପି ମାରିଦେଲା ସ୍ୱାମୀ

କଣ୍ଟାବାଞ୍ଜି: ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲା ସୈତାନ ସ୍ୱାମୀ । କଣ୍ଟାବାଞ୍ଜି ଥାନା ଧାମନଡ଼ଙ୍ଗା ଗାଁରେ ବିଳମ୍ବିତ ରାତିରେ ଘଟିଛି ହତ୍ୟାକାଣ୍ଡ । ସ୍ୱାମୀକୁ ଥାନାରେ ଅଟକ ରଖି କଣ୍ଟାବାଞ୍ଜି ପୋଲିସର ତଦନ୍ତ ଜାରି ରଖିଛି । ମୃତକ ହେଲେ ଉର୍ମିଳା ମାଝୀ । ଧାମନଡଙ୍ଗା ଗାଁର ଜୟରାମ ମାଝୀ ବିଭିନ୍ନ ସମୟରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଗତ କିଛି ଦିନ ହେବ ଉର୍ମିଳା ନିଜ ସ୍ୱାମୀଙ୍କ ନିର୍ଯାତନା ସହିନପାରି ନିଜ ପରିବାର ଲୋକଙ୍କୁ ଜଣାଇଥିଲା । ଉର୍ମିଳାଙ୍କ ପରିବାର ଲୋକ ଏବଂ ଜୟରାମଙ୍କ ପରିବାର ଗାଁରେ ଏକ ବୈଠକ କରି ଝଗଡ଼ାର ସମଧାନ କରିଥିଲେ । ହେଲେ ଏହି ଝଗଡ଼ା ସମଧାନ ନହେବା ଯୋଗୁ ଥାନାରେ ଅଭିଯୋଗ କରିଥିଲେ ଉର୍ମିଳା । ତେବେ ଗତ ବିଳମ୍ବିତ ରାତିରେ ପୁଣି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିବା ବେଳେ ଝଗଡା ଉଗ୍ର ରୂପ ନେଇଥିଲା । ଜୟରାମ ତଣ୍ଟି ଚିପି ହତ୍ୟା କରିଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାଯାଇଛି । କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ହତ୍ୟାକାରୀ ଜୟରାମ ମାଝୀଙ୍କୁ ଥାନାରେ ରଖି ଅଧିକ ତଦନ୍ତ ଆରମ୍ଭ କରିଦେଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୩ ହଜାର ୪୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ

Leave a Reply