ବିକାଶ ଦୁବେର ଘରେ ବୁଲିଲା ବୁଲଡୋଜର: ବାପାଙ୍କୁ ଅନ୍ୟ ସ୍ଥାନକୁ କରାଗଲା ସ୍ଥାନାନ୍ତର

1 min read

କାନପୁର: ବିକାଶ ଦୁବେର ଘରେ ବୁଲିଲା ବୁଲଡୋଜର୍ । କାନପୁର ସ୍ଥିତ ଘରକୁ ଜେସିବି ଲାଗାଇ ଭାଙ୍ଗିଦେଇଛି ପୋଲିସ । ଏଥିସହିତ ଘର ପରିସରରେ ଥିବା ଦାମୀ କାରଗୁଡ଼ିକୁ ମଧ୍ୟ ଭାଙ୍ଗି ଚୁରମାର୍ କରିଦିଆଯାଇଛି । ବିକାଶର ଘରେ ଥିଲା ଫର୍ଚୁନର୍ ଏବଂ ସ୍କର୍ପିଓ । ଏଥିମଧ୍ୟରୁ ଗୋଟିଏ ଗାଡ଼ି ବିକାଶଙ୍କ ନାମରେ ଥିବାବେଳେ ଅନ୍ୟ ଗାଡ଼ିଟି ଆମନ୍ ତିୱାରୀ ନାମରେ ରେଜିଷ୍ଟ୍ରର ହୋଇଛି ।  ତେବେ ଘର ଭଙ୍ଗାଯିବା ସମୟରେ ତାଙ୍କ ଘରେ ରହୁଥିବା ବିକାଶର ପିତାଙ୍କୁ ଅନ୍ୟ ଏକ ସ୍ଥାନକୁ ନିଆଯାଇଛି ।

 ସୂଚନା ଯୋଗ୍ୟ ଯେ, ପୋଲିସ ଟିମ୍‌ ଉପରେ ହୋଇଥିବା ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିକାଶ ଦୁବେ । ହିଷ୍ଟ୍ରୀ ସିଟର ବିକାଶ ଦୁବେକୁ ଧରିବାକୁ ଯାଇଥିବା ବେଳେ ପୋଲିସ ଉପରେ ହୋଇଥିଲା  ଆକ୍ରମଣ । ସର୍ଚ୍ଚ ଅପରେସନ୍ ବେଳେ ଅପରାଧୀ ପୋଲିସ ଟିମ୍ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ପୋଲିସ ସେଠାରେ ପହଞ୍ଚିବା କ୍ଷଣି ଛାତ ଉପରୁ ଅନ୍ଧାଧୁନ୍ ଗୁଳି ଚାଳନା କରିଥିଲେ ଅପରାଧୀ । ଅପରାଧୀ-ପୋଲିସ ଗୁଳି ବିନିମୟରେ ୮ ଜଣ ପୋଲିସ ସହିଦ ହୋଇଛନ୍ତି ।

Vikas Dubey: The Kanpur based history-sheeter behind attack on UP ...

ଗଣମାଧ୍ୟମ ପ୍ରତିନିଧିଙ୍କୁ ଘର ନିକଟକୁ ନଯିବାକୁ ନିର୍ଦ୍ଦେଶ

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବିକାଶର ଘର ଭଙ୍ଗାଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେଠାକୁ ଯିବାକୁ ଦିଆଯାଇନାହିଁ । ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପୋଲିସ ଉପରେ ଅପରାଧୀଙ୍କ ହମଲା, ଡେପୁଟି ଏସପିଙ୍କ ସମେତ ୮ ସହିଦ

ଚୈବେପୁର ଥାନା ପ୍ରଭାରୀ ନିଲମ୍ୱିତ

ବିକାଶ ଦୁବେ ମାମଲାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ  ଚୈବେପୁର ଥାନା ପ୍ରଭାରୀ ବିନୟ ତିୱାରୀଙ୍କୁ ନିଲମ୍ବିତ କରାଯାଇଛି । ସମଗ୍ର ମାମଲାରେ ବିନୟ ତିୱାରୀଙ୍କ ଭୂମିକା ସନ୍ଦେହଜନକ ବୋଲି ବିବେଚନା କରାଯାଇଛି ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply