spot_img

Latest Posts

ଟ୍ରେନ ଦୁର୍ଘଟଣା ଏକ ଷଡଯନ୍ତ୍ର ! ସାବରବମତୀ ଏକ୍ସପ୍ରେସ୍ ଲାଇନଚ୍ୟୁତର ତଦନ୍ତ କରିବ ଆଇବି

ନନ୍ଦିଘୋଷ ବ୍ୟୁରୋ : ଉତ୍ତରପ୍ରଦେଶ କାନପୁରରେ ସାବରବମତୀ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ଏ ସମ୍ପର୍କରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ବିଳମ୍ୱିତ ରାତିରେ ସାବରବମତୀ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପଛରେ ଏକ ବଡ ଷଡଯନ୍ତ୍ର ହୋଇଥିବା ଅନୁମାନ କରାଯାଉଛି। ଏହି ଦୁର୍ଘଟଣାର ତଦନ୍ତ ଆଇବି ଏବଂ ଉତ୍ତରପ୍ରଦେଶ ପୋଲିସକୁ ଦିଆଯାଇଛି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ ଏକ୍ସରେ ଟ୍ରେନ ଦୁର୍ଘଟଣାକୁ ନେଇ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଟ୍ରାକରେ ରଖାଯାଇଥିବା ଏକ ବସ୍ତୁକୁ ମାଡ଼ ହୋଇ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା। ଲୋକପାଇଲଟ ପଥରରେ ମାଡ ହୋଇଥିବା ଆଶଙ୍କା କରୁଛନ୍ତି। ଏହି ପଥରଟି ଇଞ୍ଜିନର କ୍ୟାଟେଲ ଗାର୍ଡରେ ମାଡ ହୋଇ କ୍ଷତିଗ୍ରସ୍ତ କରିଛି, ଯେଉଁଥିପାଇଁ ଟ୍ରେନଟି ଟ୍ରାକର ତଳକୁ ଖସି ପଡିଛି । 

କାନପୁରରେ ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ଏକ ତଦନ୍ତ ବୈଠକ ବସିଛି। ରେଳ ସୂତ୍ର ଅନୁଯାୟୀ, ଏହି ଦୁର୍ଘଟଣା ଏକ ବଡ ଷଡଯନ୍ତ୍ରର ଅଂଶ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ, ରେଲୱେ ଟ୍ରାକରେ ଏକ ବୋଲ୍ଡର ଭଳି ବସ୍ତୁ ରଖାଯାଇଥିଲା। ଯେଉଁଥିପାଇଁ ସାବରମତି ଏକ୍ସପ୍ରେସ ଟ୍ରେନର ଇଞ୍ଜିନରେ ଧକ୍କା ହୋଇଥିଲା ଏବଂ ଟ୍ରେନର ୨୨ ଟି ବଗି ଟ୍ରାକ ତଳକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

Latest Posts

Don't Miss