ବସରେ କମିଶନରଙ୍କ ସରପ୍ରାଇଜ୍ ଚେକ୍; ୧୩ କଣ୍ଡକ୍ଟରଙ୍କ ସମେତ ୧୪ ଡ୍ରାଇଭର ନିଲମ୍ବିତ  

Kanpur Police Commissioner Surprise Bus Check 13 Conductor Suspends

କାନପୁର: ସାଧାରଣ ଲୋକଙ୍କ ଗ୍ରହଣକୁ ଯାଇ ଅଧିକାରୀ ସମସ୍ୟା ବୁଝିବାକୁ ଚେଷ୍ଟା କଲେ ସମାଧାନର ବାଟ ବାହାରିଥାଏ । କାରଣ ସେତେବେଳେ ସତ କ’ଣ ଜାଣିବା ପାଇଁ ଅଧିକାରୀ କାହାରି ଉପରେ ନିର୍ଭର କରନ୍ତି ନାହିଁ । କାନପୁର କମିଶନର ରାଜ ଶେଖର ସରପ୍ରାଇଜ୍ ଚେକ୍ କରିଛନ୍ତି । କମିଶନର ବସରେ ସାଧାରଣ ଲୋକଙ୍କ ସହ ଯାତ୍ରା କରି ପରିସ୍ଥିତିକୁ ବୁଝିଛନ୍ତି ।

ସରପ୍ରାଇଜ୍ ଚେକିଂ ପୂର୍ବରୁ କାନପୁର କମିଶନର ୬ ଅଧିକାରୀଙ୍କୁ ନେଇ ଏକ ଟିମ୍ ତିଆରି କରିଥିଲେ । ଅଧିକାରୀମାନେ ଭିନ୍ନ ଭିନ୍ନ ବସରେ ଯାତ୍ରା କରିବା ସହ କମିଶନର ୨ଟି ବସରେ ଯାତ୍ରା କରିଥିଲେ । କମିଶନର ହର୍ଷ ନଗରରୁ ଚୁନ୍ନିଗଞ୍ଜ ଓ ରାୱତପୁରରୁ ହର୍ଷ ନଗର ବସରେ ଯାତ୍ରା କରିଥିଲେ । ଯାତ୍ରା ବେଳେ ବସରେ କଣ୍ଡକ୍ଟର ଓ ମାସ୍କ ପିନ୍ଧିନଥିବା ଦେଖିବାକୁ ପାଇଥିଲେ କମିଶନର । କେତେକ ଯାତ୍ରୀ ମଧ୍ୟ ମାସ୍କ ନ ଲଗାଇ କରୋନା କଟକଣା ମାନୁନଥିବା ଦେଖିଥିଲେ । ବସରେ ଫାଷ୍ଟ ଏଡ୍ ବକ୍ସ ନଥିବା ବେଳେ ଏଲଇଡି ଡିସପ୍ଲେ ଖରାପ ଥିଲା । ରକ୍ଷାଣବେକ୍ଷଣ ଅଭାବରୁ ବସ୍ ଖରାପ ହେଉଥିବା ଦେଖାଯାଇଥିଲା ।

ଏହା ବାଦ୍ ୬ ଅଧିକାରୀ ଅଲଗା ଅଲଗା ବସରେ ଯାତ୍ରା କରି କମିଶନରଙ୍କୁ ରିପୋର୍ଟ ଦେଇଥିଲେ । ରିପୋର୍ଟ ଅନୁସାରେ, କେତେକ କଣ୍ଡକ୍ଟର ଓ ଡ୍ରାଇଭର ୟୁନିଫର୍ମ ପିନ୍ଧି ନଥିଲେ । ବସରେ ଯାତ୍ରୀ ମାସ୍କ ପିନ୍ଧୁ ନଥିବା ବେଳେ କଣ୍ଡକ୍ଟର କିଛି କହୁନଥିବା ରିପୋର୍ଟ ଆସିଥିଲା । ରିପୋର୍ଟ ପରେ କାନପୁର କମିଶନର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ୧୩ ଡଣ କଣ୍ଡକ୍ଟରଙ୍କୁ ନିଲମ୍ବିତ କରାଯାଇ ଥିବାବେଳେ ୧୪ ଡ୍ରାଇଭରଙ୍କୁ ହଟାଇ ଦିଆଯାଇଛି । ଏଥିସହ ବସର ରକ୍ଷାଣବେକ୍ଷଣ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

Leave a Reply