କନ୍ନୁରରୁ ଦୋହା ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ମୁମ୍ବାଇରେ ଜରୁରୀ ଅବତରଣ

1 min read

କୋଚି: କେରଳର କନ୍ନୁରରୁ ଦୋହା ଯାଉଥିବା ଇଣ୍ଡିଗୋ ଫ୍ଲାଇଟକୁ ମୁମ୍ବାଇ ଡାଇଭର୍ଟ କରି ଦିଆଯାଇଛି । କୁହାଯାଉଛି ଯେ ବିମାନର ଏକ ହାଇଡ୍ରୋଲିକ ସିଷ୍ଟମରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନକୁ ମୁମ୍ବାଇ ଡାଇଭର୍ଟ କରାଯାଇଛି । ଏବେ ବିମାନଟି ମୁମ୍ବାଇରେ ଜରୁରୀ ଅବତରଣ କରିଛି । ଶୁକ୍ରବାର ଇଣ୍ଡିଗୋର ଏୟାରବସ୍ ଏ୩୨୦ (ଭିଟି-ଆଇଏସକ୍ୟୁ) ବିମାନ କେରଳର କନ୍ନୁରରୁ ଉଡ଼ାଣ ଭରିଥିଲା ।

ଫ୍ଲାଇଟକୁ ଦୋହା ଅଭିମୁଖେ ଯିବାର ଥିଲା । କିନ୍ତୁ ଏହି ସମୟରେ ବିମାନର ଏକ ହାଇଡ୍ରୋଲିକ୍ ସିଷ୍ଟମରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା ଏବଂ ଏହି କାରଣରୁ ଫ୍ଲାଇଟକୁ ତୁରନ୍ତ ମୁମ୍ବାଇ ଡାଇଭର୍ଟ କରିବାକୁ ପଡ଼ିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏୟାରଲାଇନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ଯେ କେଉଁ କାରଣରୁ ଯାନ୍ତ୍ରିକ ତ୍ରୁଟି ଆସିଛି ।