ଶିଶୁ କର୍କଟ ରୋଗ ସଚେତନ କରିବା ସହ କର୍କଟ ମୁକ୍ତ ଭାରତ ଗଠନ ପାଇଁ କ୍ରାନ୍ତି ଅନୁଷ୍ଠାନର ନିବେଦନ
1 min read
ବ୍ରହ୍ମପୁର : ବ୍ରହ୍ମପୁର ବ୍ରହ୍ମା ନଗରସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ଶିଶୁ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚିଲଡ୍ରେନ ଫେଷ୍ଟିଭାଲ -୨୦୨୩ ସ୍ଥାନୀୟ ହିଲିପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ମହାସମାରୋହର ପାଳିତ ହୋଇ ଯାଇଛି। ସମସ୍ତ ଅତିଥି ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଖଲ୍ଲିକୋଟ ଏକକ ବିଶ୍ବିଦ୍ୟାଳୟର କୁଳପତି କର୍ଣ୍ଣେଲ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟଅତିଥି ରୁପେ ଯୋଗ ଦେଇ କୁନି କୁନି ପିଲା ମାନଙ୍କୁ ଆଜିରଦିନର ମହତ୍ତ୍ଵ ସହ ଜଙ୍କ ଖାଦ୍ୟ ନ ଖାଇବାକୁ ପରାମର୍ଶ ଦେଇଥିଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦେଶକ ତଥା ମୁଖ କର୍କଟ ରୋଗୀ ଡ. ଦେବାନନ୍ଦ ଦାଶ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିବା ବେଳେ ବିଶାଖାପାଟଣା ସ୍ଥିତ ମହାତ୍ମା ଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟରର ରେଡିଏସନ ଓଙ୍କୋଲଜୀ ଡାକ୍ତର କାହୁଁ ଚରଣ ପାତ୍ର, ଭୁବନେଶ୍ୱରସ୍ଥିତ ୟୁଆଇଏସ କ୍ୟାନ୍ସର ଫାଉଣ୍ଡେସନ ଓ ଚାରିଟେବଲ ଟ୍ରଷ୍ଟ ର ଚେୟାରମେନ ଶ୍ରୀ ରାଧାକୃଷ୍ଣ ଦାସ, ଏସ.ଏମ.ଆଇ.ଟିର ସଭାପତି ଡ. ଭଗବାନ ଗନ୍ତାୟତ, ଏମ.କେ.ସି.ଜି ମେଡ଼ିକାଲ କଲେଜ ଓ ହସପିଟାଲ ର ବରିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ରାଜେନ୍ଦ୍ର ପ୍ରସାଦ ବେହେରା ଓ ସିମ୍ଏ ଧର୍ମେନ୍ଦ୍ର ପାଢୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଥିବା ସମସ୍ତ ଅବିଭାବକ ଓ ବିଦ୍ୟାର୍ଥୀ ମାନକୁ ଶିଶୁ ଦିବସ ଉଦ୍ଦେଶ୍ୟ ସହ ଶିଶୁ କର୍କଟ ରୋଗ ଉପରେ ସଚେତନ କରାଇଥିଲେ। ଡାକ୍ତର ପାତ୍ର ଶିଶୁ କର୍କଟ ରୋଗ ଉପରେ ସମସ୍ତଙ୍କୁ ସଚେତନ କରିବା ସହ ତାର ଲକ୍ଷଣ ,କାରଣ ଓ ପ୍ରତିକାରଣ ବିଷୟରେ ଅବଗତ କରାଇ ଥିଲେ।
କ୍ରାନ୍ତି ଅନୁଷ୍ଠାନର ଡ.ଦାଶ ଦର୍ଶକଙ୍କୁ ଶିଶୁ କର୍କଟ ଉପରେ ସଚେତନ କରି କର୍କଟ ମୁକ୍ତ ଭାରତ ପାଇଁ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର କୁନି କୁନି କଳାକାର, କିଡଜୀ ସ୍କୁଲ,ସନ୍ ରାଇଜ କିଡ୍ ସ୍ ପ୍ଲେ ସ୍କୁଲ, ଲିଟଲ ସ୍କଲାର ସ୍କୁଲ , କିଡ୍ସସ ପ୍ଲାନେଟ ପ୍ଲେ ସ୍କୁଲ, ହେଭେନ୍ ଗାର୍ଡେନ ପ୍ଲେ ସ୍କୁଲ ଓ ନବଜୀବନ ଆଶ୍ରମ ପିଲା ମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। କ୍ରାନ୍ତି ଅନୁଷ୍ଠାନର କଳାକାର ଚିନ୍ମୟାନନ୍ଦଙ୍କ ଚଡ଼େୟା ନୃତ୍ୟ ଦର୍ଶକମାନଙ୍କୁ ବେଶ୍ ମନଛୁଆଁ ହୋଇଥିଲା। ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପ୍ରାୟ ସାତ ଶହ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବାସହ କୃତି ଛାତ୍ରଛାତ୍ରୀ ମାନକୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ସମସ୍ତ ଦର୍ଶକମାନେ ଆଗ୍ରହର ସହ କାର୍ଯକ୍ରମକୁଉପଭୋଗ କରିବା ସହ କୁନି କୁନି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।ଦଳଗତ ନୃତ୍ୟ ପ୍ରତିଯୋଗିତାରେ ସନ୍ ରାଇଜ କିଡସ ପ୍ଲେ ସ୍କୁଲ, କିଡଜି ଓ ଲିଟ୍ଟଲ୍ ସ୍କୋଲର ସ୍କୁଲ୍ କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯକ୍ରମକୁ ମହାତ୍ମା ଗାନ୍ଧୀ କ୍ୟାନ୍ସର ହସପିଟାଲ ଏବଂ ରିସର୍ଚ୍ଚ ସେଣ୍ଟର ସହଯୋଗର ହାତ ବଢ଼ାଇଥିଲେ।
କାର୍ଯ୍ୟକ୍ରମରେ ଦେବରାଜ ରାଉତ ଓ ଶୁଭ୍ରାଂଶି ଉଦଘୋଷକ ଦାୟୀତ୍ଵ ତୁଲାଇଥିବାବେଲେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ,ସଞ୍ଜୟ କୁମାର ରଥ,ସରୋଜ କୁମାର ସାହୁ, ଅନିଲ କୁମାର ସେଠୀ, ମାନସ ରଞ୍ଜନ ରଥ, ଡି.ଦିଲେଶ,ମାଧବ ପାତ୍ର,ଅରୁଣ ପଟ୍ଟନାୟକ, ସ୍ନିଗ୍ଧା ମହାରଣା, କଲ୍ୟାଣୀ ମହାନ୍ତି,ପରମାନନ୍ଦ ପଣ୍ଡା, ରାମଚନ୍ଦ୍ର ସାହୁ, ରାଜାରାମ ପାଢୀ, ଚର୍ଚ୍ଚିକା ଦାଶ ଓ ଚିନ୍ମୟାନନ୍ଦ ଦାଶଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।