spot_img

Latest Posts

ଭାଇର ହତ୍ୟା ମାମଲାରେ ଅଭିନେତ୍ରୀ ଗିରଫ

ବେଙ୍ଗାଲୁରୁ: କନ୍ନଡ଼ ଅଭିନେତ୍ରୀ ଶନୟା କାଟୱେଙ୍କୁ ପୁଲିସ ଗିରଫ କରିଛି। ସନାୟାଙ୍କୁ ତାଙ୍କ ଭାଇଙ୍କ ହତ୍ୟା ମାମଲାରେ କର୍ଣ୍ଣାଟକର ହୁବଲି ପୁଲିସ୍ ଗିରଫ କରିଛି। ଖବର ଅନୁଯାୟୀ, ନିକଟରେ ଅଭିନେତ୍ରୀଙ୍କ ଭାଇ ରାକେଶଙ୍କର କଟା ମୁଣ୍ଡ ଜଙ୍ଗଲରୁ ମିଳିଛି। ଏବଂ ତାଙ୍କ ଶରୀରର ବିଭିନ୍ନ ଅଂଶ ଗାଦାଗ ରୋଡ ଏବଂ ହୁବଲିର ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଛି।

ଖବର ଅନୁଯାୟୀ ଶନାୟା, ନୟାଜ ଅହମ୍ମଦ ନାମକ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ଏବଂ ତାଙ୍କ ଭାଇ ଏହାକୁ ପସନ୍ଦ କରୁନଥିଲେ। କୁହାଯାଉଛି ଯେ ଭାଇ ଓ ଭଉଣୀଙ୍କ ମଧ୍ୟରେ ଏହାକୁ ନେଇ ଝଗଡ଼ା ହୋଇଥିଲା ଯାହା ଫଳରେ ଏହି ଘଟଣା ଘଟିଛି।

ରାକେଶଙ୍କୁ ତାଙ୍କ ଘରେ ହୁବଲିରେ ହତ୍ୟା କରାଯାଇଛି। ତେବେ ଶାନୟା ତାଙ୍କର ନୂଆ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ସହରରେ ପହଞ୍ଚି ରାକେଶଙ୍କ ସହ ରହିଥିଲେ। ଏବଂ କୁହାଯାଉଛି ଯେ ସେଇଠି ହିଁ ସେ ରାକେଶଙ୍କ ମୃତ୍ୟୁ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ତେବେ ଏହି ମାମଲାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଶନାୟା ହେୁଛନ୍ତି ଜଣେ କନ୍ନଡ଼ ଫିଲ୍ମ ଅଭିନେତ୍ରୀ। ସେ 2018ରେ ‘ଇଜମ୍ ପ୍ରେମମ୍ ଜୀବନମ୍’ରୁ ଡେବ୍ୟୁ କରିଥିଲେ। ଏହାପରେ ସେ ଅନେକ ହିଟ୍ ସିନେମାରେ କାମ କରିଛନ୍ତି। ନିକଟରେ ସେ ନିଜ ନୂଆ ଫିଲ୍ମ ‘ଓନଡୁ ଘାଣ୍ଟେୟ କାଥେ’ର ପ୍ରମୋଶନ ବି କରୁଥିଲ। ଏହି ଫିଲ୍ମରେ ଅଜୟ ରାଜ ଏବଂ ସବତୀ ଶର୍ମାଙ୍କ ପରି ଜଣାଶୁଣା କଳାକାର ଲ୍ିଡ୍ ରୋଲରେ ଅଭିନୟ କରିଛନ୍ତଚି। ତେବେ କନ୍ନଡ ସିନେମାର ବହୁ ପ୍ରତୀକ୍ଷିତ ଫିଲ୍ମର ମଧ୍ୟରୁ ଏହା ଅନ୍ୟତମ।

Latest Posts

Don't Miss