ପ୍ଲାଷ୍ଟିକ ସର୍ଜରୀ ଫେଲ୍: କନ୍ନଡ ଅଭିନେତ୍ରୀଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ଆଜିକାଲି ପ୍ଲାଷ୍ଟିକ ସର୍ଜରୀ କରିବା ସେଲିବ୍ରେଟିଙ୍କ ପାଇଁ କିଛି ନୂଆ କଥା ନୁହେଁ । କେବଳ ସେଲିବ୍ରିଟି ନୁହଁନ୍ତି. ବହୁ ଧନୀ ବ୍ୟକ୍ତି ମଧ୍ୟ ସୁନ୍ଦ ଦିଶିବାକୁ ପ୍ଲାଷ୍ଟିକ ସର୍ଜରୀ କରୁଛନ୍ତି । ସୁନ୍ଦରତା ପାଇବାକୁ କରାଯାଉଥିବା ଏହି ସର୍ଜରୀ ଜୀବନ ବି ନେଇପାରେ । ଯାହାର ଉଦାହରଣ ହେଉଛନ୍ତି କନ୍ନଡ ଅଭିନେତ୍ରୀ ଚେତନାରାଜ ।

ପ୍ଲାଷ୍ଟିକ ସର୍ଜରୀ ସଫଳ ନହେବାରୁ ତାଙ୍କର ମୃତ୍ୟୁ ଘଟିଛି । ଏକ ଘରୋଇ ହସପିଟାଲରେ ଫ୍ୟାଟ୍ ଫ୍ରି ପ୍ଲାଷ୍ଟିକ ସର୍ଜରୀ କରିଥିଲେ ଚେତନାରାଜ । କିନ୍ତୁ ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ହେବାରୁ ତାଙ୍କ ଅବସ୍ଥା ଗମ୍ଭୀର ହୋଇଯାଇଥିଲା । ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଚେତନାରାଜଙ୍କ ପରିବାରବର୍ଗ ତାଙ୍କ ମୃତ୍ୟୁ ପାଇଁ ଡାକ୍ତରଙ୍କ ଅବହେଳାକୁ ଦାୟୀ କରିବା ସହ ଏତଲା ଦାୟର କରିଛନ୍ତି । ସେପଟେ, ପ୍ଲାଷ୍ଟିର ସର୍ଜରୀ ପାଇଁ ଚେତନାରାଜ ପରିବାର ଅନୁମତି ନେଇ ନଥିବା ମଧ୍ୟ ଜଣାପଡିଛି ।