ଧାକଡ଼ର ଟିଜର ରିଲିଜ୍‌: କଙ୍ଗନାଙ୍କ ଆକ୍ସନ ଓ ଷ୍ଟଣ୍ଟ ଦେଖି ହୋଶ୍‌ ଉଡ଼ିଯିବ

1 min read

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତଙ୍କ ଅଭିନୀତ ଫିଲ୍ମ ‘ଧାକଡ଼’ର ଟିଜର ରିଲିଜ୍ ହୋଇଛି । ଟିଜରରେ କଙ୍ଗନାଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି ।  ତେବେ ଫିଲ୍ମର ଟିଜର ୧୨ ଏପ୍ରିଲରେ ରିଲିଜ୍‌ ହେବ ବୋଲି ଏକ ପୋଷ୍ଟର ଶେୟାର କରି ନିକଟ ଅତୀତରେ ଏହାର ସୂଚନା ଦେଇଥିଲେ କଙ୍ଗନା । ଯାହାକୁ ଦର୍ଶକ ଖୁବ ଉତ୍ସାହ ସହିତ ଅପେକ୍ଷା କରିଥିଲେ ।

ପ୍ରାୟ ୧ ମିନିଟ୍‌ ୨୧ ସେକେଣ୍ଡର ଏହି ଭିଡ଼ିଓରେ ଜବରଦସ୍ତ ଷ୍ଟଣ୍ଟ ଓ ଆକ୍ସନ କରୁଥିବାର କଙ୍ଗନାଙ୍କୁ ଦେଖିବାକୁ ମିଳିଛି ।  ଫିଲ୍ମରେ କଙ୍ଗନାଙ୍କୁ ଏକ ସ୍ପାଇ ଏଜେଣ୍ଟ ଭାବରେ ଦେଖିବାକୁ ମିଳିଛି । ଭିଡ଼ିଓ ଆରମ୍ଭରେ ହାତରେ ବୋତଲ ଧରି ବରିଷ୍ଠ ଅଧିକାରୀଙ୍କ କମାଣ୍ଡ ନେଉଥିବା  ନଜର ଆସିଛନ୍ତି କଙ୍ଗନା । ଏହାପରେ ଯେଉଁଭଳି ଭାବରେ କଙ୍ଗନା ଦମଦାର ଅଭିନୟ କରିଛନ୍ତି, ଆପଣ ନଜର ହଟାଇ ପାରିବେ ନାହିଁ ।

 

 

View this post on Instagram

 

A post shared by Kangana Dhaakad (@kanganaranaut)

ଏକାଧିକ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଥିବା କଙ୍ଗନା ଏହି ଚଳଚ୍ଚିତ୍ରରେ ଏକ ଭିନ୍ନ ରୂପରେ ନଜର ଆସିବେ । ଏହି ସୁପର ଥ୍ରିଲିଂ ଟିଜର ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି । ସୂଚନାଯୋଗ୍ୟ  ଫିଲ୍ମର ସମସ୍ତ ଆକ୍ସନ ଦୃଶ୍ୟ  ଅନ୍ତଃରାଷ୍ଟ୍ରୀୟ ଟେକ୍ସିନିଆନଙ୍କ ଦ୍ୱାରା ଡିଜାଇନ୍‌ ଏବଂ କୋରିଓଗ୍ରାଫି କରାଯାଇଛି । ତେବେ ଏହି ଟିଜରକୁ କଙ୍ଗନା ତାଙ୍କ ସୋସିଅଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି ।

କଙ୍ଗନା ରନୌତଙ୍କ ବ୍ୟତୀତ ଏହି ଫିଲ୍ମରେ ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।  ତେବେ ଏହି ସିନେମା ୨୦ ମଇରେ ସିନେମା ଘରେ ରିଲିଜ ହେବାକୁ ଯାଉଛି । ଯାହାର ସୂଚନା ନିଜେ କଙ୍ଗନା ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ରଜନୀଶ ଘଇ ଦେଇଥିବାବେଳେ ଏହାର ପ୍ରଯୋଜକ ହେଉଛନ୍ତି ଦୀପକ ମୁକୁଟ ଏବଂ ସୋହେଲ ମକଲଇ ।  ଫିଲ୍ମଟି ହିନ୍ଦୀ ଭାଷା ବ୍ୟତୀତ ତାମିଲ, ତେଲୁଗୁ ଏବଂ ମଲାୟାଲାମ ଭାଷାରେ ମଧ୍ୟ ରିଲିଜ ହେବ ।