ମାଲିକକୁ ମାରିଦେଲା ପୋଷା କଙ୍ଗାରୁ, ଏବେ ଗୁଳି କରି ଦଣ୍ଡିତ କରିବ ପୋଲିସ୍

ନନ୍ଦିଘୋଷ ବ୍ୟୁରୋ: ପୋଷା ଜନ୍ତୁ  ନିଜ ମାଲିକଙ୍କୁ ଆକ୍ରମଣ କରିଥିବାର ଅନେକ ଖବର ସାମ୍ନାକୁ ଆସିଛି । କିନ୍ତୁ ଏମିତି ଏକ ଖବର ଆସିଛି ଯାହା ଶୁଣିଲେ ପଶୁ ପାଳିବା ପାଇଁ ଲୋକ ଭୟ କରିବେ । ଏକ ଗୃହପାଳିତ ପଶୁ ନିଜ ମାଲିକଙ୍କୁ ମାରି ଖାଇ ଦେଇଥିବାର ଖବର ଏବେ ଚର୍ଚ୍ଚାରେ ରହିଛି । ଅଷ୍ଟ୍ରେଲିଆରୁ ଏକ ଖବର ସାମ୍ନାକୁ ଆସିଛି, ଯେଉଁଠି ଏକ ପୋଷା କଙ୍ଗାରୁ ମାଲିକ ସହ ଥିବା ସମୟରେ ହିଂସକ ହୋଇଯାଇଥିଲା ।

କଙ୍ଗାରୁ ଟି ମାଲିକ ଉପରେ ଆକ୍ରମଣ କରି ହତ୍ୟା କରିଦେଇଛି । ଏବେ ପୋଲିସ ଏହି କଙ୍ଗାରୁକୁ ଦଣ୍ଡ ଦେବ । ସୂଚନାନୁଯାୟୀ, ଏହି ଘଟଣା ଅଷ୍ଟ୍ରେଲିଆର ଏକ ସହରରେ ଘଟିଛି । ବିବିସିର ଏକ ରିପୋର୍ଟ ଅନୁଯାୟୀ, ଏହି କଙ୍ଗାରୁ ପୋଷା ଅବଶ୍ୟ ଥିଲା କିନ୍ତୁ ଏକ ଜଙ୍ଗଲି କଙ୍ଗାରୁ ଥିଲା । ଏକ ୭୭ ବର୍ଷୀୟ ବୃଦ୍ଧା ଏହାକୁ ପାଳିଥିଲେ ।

ଅଷ୍ଟ୍ରେଲିଆ ପୋଲିସର ଏକ ବୟାନ ଅନୁଯାୟୀ, ମାଲିକ ଅର୍ଥାତ ମୃତକଙ୍କ ଶବ ପଶ୍ଚିମୀ ଅଷ୍ଟ୍ରେଲିଆର ରେଡମଣ୍ଡର କମ୍ ଜନସଂଖ୍ୟା ବିଶିଷ୍ଚ ସହରରେ ପଡିଥିବାର ମିଳିଥିଲା । ତେବେ ସବୁଠୁ ବଡ଼ କଥା ହେଉଛି କଙ୍ଗାରୁ ମଧ୍ୟ ଶବ ପାଖରେ ଉପସ୍ଥିତ ଥିଲା । କେବଳ ଏତିକି ନୁହେଁ ଆମ୍ବୁଲାନ୍ସ ଚାଳକ ଦଳକୁ ଶବ ପାଖକୁ ପହଞ୍ଚିବା ପାଇଁ କଙ୍ଗାରୁ ଅଟକାଇଥିଲା ।

ରିପୋର୍ଟ ମୁତାବିକ, ପୋଲିସ କହିଛି ଯେ କଙ୍ଗାରୁକୁ ଗୁଳି ମାରିବାକୁ ପଡ଼ିବ କାରଣ ଏହା ଏବେ କାହା ଉପରେ ବି ଆକ୍ରମଣ କରିପାରେ । ବିଶେଷଜ୍ଞଙ୍କ କହିବା ମୁତାବିକ ଏହି କାର୍ଯ୍ୟାନୁଷ୍ଠାନ ନିୟମାନୁସାରେ ହେବ । ପୋଲିସ କହିଛି ଯେ, କଙ୍ଗାରୁକୁ ଏକ ଜଙ୍ଗଲି ପଶୁ ଜଣାଯାଇଥାଏ କିନ୍ତୁ ବ୍ୟକ୍ତିଜଣଙ୍କ ଏହାକୁ ପାଳିତ ପଶୁ ଭାବରେ ରଖିଥିଲେ ।