କଙ୍ଗାରୁକୋର୍ଟ: ଗୋ ହତ୍ୟା ମାମଲାରେ ୪ ସନ୍ଦିଗ୍ଧଙ୍କୁ ପଘା ପାକାଇ ବୁଲାଇଲେ ଗାଁ ଲୋକେ

ଗାଁ ଦାଣ୍ଡରେ ବସିଲା କଙ୍ଗାରୁକୋର୍ଟ, ଶୁଣାଇଲେ ସଜା । ଗୋ ହତ୍ୟା ମାମଲାରେ ୪ ସନ୍ଦିଗ୍ଧଙ୍କ ବେକରେ ପଘା ପକାଇ ବୁଲାଇଲେ ଗାଁ ଲୋକ । ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ ଏ ଘଟଣା । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏନେଇ ଥାନାରେ ମାମଲା ରୁଜୁ ହୋଇନଥିବା ବେଳେ, ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୂଚନା ଅନୁସାରେ ଗାଁର ୪ଜଣ ବ୍ୟକ୍ତି ଗତ ୭ ତାରିଖରେ ଏକ ବଳଦକୁ ହତ୍ୟା କରିଥିଲେ । ଏହା ଜଣାପଡିବା ପରେ ଆଇନକୁ ହାତକୁ ନେଇଥିଲେ ଲୋକେ ।