ପୁଣି ଚର୍ଚ୍ଚାରେ କଙ୍ଗନା

ନନ୍ଦିଘୋଷ ବ୍ୟୁରୋ: ଚର୍ଚ୍ଚାରେ କଙ୍ଗନା । ସବୁବେଳେ  ଚର୍ଚ୍ଚାରେ ରହୁଥିବା କଙ୍ଗନା ଏବେ ରାଜନୀତି ମଇଦାନରେ ପାଦ ରଖିବା ପରେ ଅଧିକ ଚର୍ଚ୍ଚାରେ । କଙ୍ଗନାଙ୍କୁ ନେଇ ଏକ ଆପତ୍ତିଜନକ ପୋଷ୍ଟ ଭାଇରାଲ ହେଉଛି । କଂଗ୍ରେସର ନେତ୍ରୀ ସୁପ୍ରିୟା ଶ୍ରୀନେତଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଆପତ୍ତି ଜନକ ପୋଷ୍ଟ ହୋଇଥିଲା ।

ଏହାପରେ ବିଜେପିର ଟାର୍ଗେଟରେ ଆସିଥିଲେ ସୁପ୍ରିୟା ଶ୍ରୀନେତ । ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ପ୍ରାର୍ଥୀ ହୋଇଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ପ୍ରାର୍ଥୀ କରିଛି। ଅଭିନେତ୍ରୀଙ୍କର ଏକ ଅଶ୍ଳୀଳ ଫଟୋ ପୋଷ୍ଟ କରାଯାଇ ଏକ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିଲା। ଦେଖଉ ଦେଖୁ ଏହି ପୋଷ୍ଟ ଭାଇରାଲ ହୋଇଯାଇଥିଲା ଏବଂ ସୋସିଆଲ ମିଡିଆରେ ଲୋକମାନେ ସୁପ୍ରିୟା ଶ୍ରୀନେତ ଏବଂ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ଟ୍ରୋଲିଂର କିିଛି ସମୟ ପରେ କଂଗ୍ରେସ ନେତାଙ୍କ ଆକାଉଣ୍ଟରୁଏହାକୁହଟାଯାଇଥିଲା।

ଏହି ପ୍ରସଙ୍ଗରେ ତାଙ୍କ ସ୍ପଷ୍ଟୀକରଣ ଦେଇ ସୁପ୍ରିୟା ଶ୍ରୀନେତ କହିଛନ୍ତି – ମୋର ମେଟା ଆକାଉଣ୍ଟ (ଫେସବୁକ ଏବଂ ଇନଷ୍ଟାଗ୍ରାମ) କୁ ଅନ୍ୟ କେହି ଆକ୍ସେସ କରିଛନ୍ତି, ଯାହା ପରେ ଏକ ଅତି ଲଜ୍ଜାଜନକ ଏବଂ ଆପତ୍ତିଜନକ ପୋଷ୍ଟ କରାଯାଇଥିଲା। ତେବେ ସେହି ପୋଷ୍ଟକୁ ହଟାଇ ଦିଆଯାଇଛି। ଯେଉଁମାନେ ମୋତେ ବ୍ୟକ୍ତିଗତ ଭାବରେ ଜାଣନ୍ତି ସେମାନେ ବୁଝନ୍ତି ଯେ ମୁଁ କୌଣସି ମହିଳାଙ୍କ ବିଷୟରେ ଏପରି କଥା କହି ପାରିବି ନାହିଁ।

କଂଗ୍ରେସର ନେତାହ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ପୋଷ୍ଟରେ ଅପମାନଜନକ କ୍ଯାପସନ ସହିତ ଏକ ବିବାଦସ୍ପଦ ଫୋଟୋ ସେଯାର ହୋଇଥିଲା । ବିବାଦ ପରେ ଏହି ପୋଷ୍ଟକୁ ଡିଲେଟ କରିଦିଆୟାଇଛି । କଙ୍ଗନା ମଧ୍ଯ ଏହି ପୋଷ୍ଟ ବିରୋଧରେ ପାଲଟା ଜବାବ ରଖିଛନ୍ତି ।

ଅନ୍ଯପଟେ ସୁପ୍ରିୟା ଶ୍ରୀନେତ୍ ଏକ ବୟାନରେ କହିଛନ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଆକ୍ସେସ୍ ହୋଇଛି । ଏଭଳି ଆପତ୍ତିଜନକ ତଥା ଘୃଣିତ ପୋଷ୍ଟ ସେ କରିନଥିବା କହିଛନ୍ତି ।