ମୁମ୍ୱାଇରେ ପହଞ୍ଚିଲେ କଙ୍ଗନା; କଳାପତାକା ଦେଖାଇ ବିରୋଧ କଲା ଶିବସେନା..

1 min read

ନୂଆଦିଲ୍ଲୀ: ବିମାନ ବନ୍ଦରରେ ପହଞ୍ଚିବାରେ କଙ୍ଗନାକୁ ନେଇ ହାଇଡ୍ରାମା ଦେଖା ଦେଇଛି । ଶିବସେନାର ଧମକ ଓ କେନ୍ଦ୍ର ସରକାରଙ୍କର କଙ୍ଗନାଙ୍କୁ y+ ସୁରକ୍ଷା ପରେ କଙ୍ଗନାଙ୍କୁ ନେଇ ଆଲୋଚନା ଜୋର ଧରିଛି । ମୁମ୍ୱାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ପାଇଁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଅନ୍ୟପକ୍ଷରେ  କର୍ଣ୍ଣି ସେନା ପକ୍ଷରୁ ତାଙ୍କୁ ସ୍ୱାଗତ କରିବା ପାଇଁ ସମର୍ଥକମାନେ ମଧ୍ୟ ଏକାଠି ହୋଇଥିବା ବେଳେ କଳା ପତାକା ଧରି ଛିଡା ହୋଇଥିଲେ ଶିବସୈନିକ ।

 ଶିବସେନାର କର୍ମୀ ଓ କିଛି ନେତା ଏକାଠି ହୋଇ କଙ୍ଗନାଙ୍କୁ ବିରୋଧ କରିଥିଲେ । କେନ୍ଦ୍ର ସରକାରଙ୍କ କଙ୍ଗନାଙ୍କୁ ସୁରକ୍ଷା ଦେବାର ନିଷ୍ପତ୍ତିକୁ ମଧ୍ୟ ବିରୋଧ କରୁଥିଲେ । ତେବେ କଙ୍ଗନାଙ୍କ ସମର୍ଥନରେ ଉପସ୍ଥିତ ଥିବା ଲୋକେ ଓ ଶିବସେନାଙ୍କ କର୍ମୀ ମୁହାଁମୁହିଁ ହୋଇଥିବା ନେଇ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ  ଶିବସେନା ନେତା ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ୱାଇ ନଆସିବା ପାଇଁ ଚେତାଇ ଦେବା ପରେ କଙ୍ଗନା ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଥିଲେ । ସଞ୍ଜୟ ରାଉତଙ୍କୁ ମନ୍ତବ୍ୟକୁ କାଉଣ୍ଟର କରିବା ପାଇଁ ସେ ମୁମ୍ୱାଇ ଆସି ଶିବସେନାକୁ ଚ୍ୟାଲେଞ୍ଜ କରିଛନ୍ତି । କଡା ସୁରକ୍ଷା ଘେରରେ କଙ୍ଗନା ନିଜ ଘରେ ପହଂଚିଛନ୍ତି କିନ୍ତୁ ରାଜନୀତି ସରିନାହିଁ । ତାଙ୍କ ଘରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Leave a Reply