ସଲମାନଙ୍କ ‘ବିଗବସ’ଠାରୁ ଭଲ କଙ୍ଗନାଙ୍କ ‘ଲକ୍‌ ଅପ୍‌’

ମୁମ୍ବାଇ: କଙ୍ଗନା ରନୌତଙ୍କ ଶୋ ଲକ୍‌ ଅପ୍‌ ଗତ କିଛି ଦିନ ମଧ୍ୟରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାରେ ସକ୍ଷମ ହୋଇଛି । ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି ।  ନିକଟରେ ଘର ମଧ୍ୟରୁ ଦ୍ୱିତୀୟ ଥର ପାଇଁ ବାହାରିଛନ୍ତି ଅଭିନେତା କରଣବୀର ବୋହରା । କରଣବୀର ବୋହରାଙ୍କୁ ବିଗବସ ସିଜନ ୧୨ରେ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଶୋ’ରୁ ବାହାରିବା ପରେ ସେ ସଲମାନଙ୍କ ବିଗବସ ସହିତ କଙ୍ଗନାଙ୍କ ଲକ୍‌ ଅପ୍‌ କୁ ତୁଳନା କରିଛନ୍ତି ।

ଏକ ସାକ୍ଷାତକାରରେ କରଣ କହିଛନ୍ତିଯେ, କଙ୍ଗନା ବିନା ଡରରେ ନିଜର ମତ ପ୍ରକାଶ କରନ୍ତି । ସେ ଘର ଭିତରେ ଯେମିତି ଘର ବାହାରେ ମଧ୍ୟ ସେମିତି । ଲୋକଙ୍କ ଚିନ୍ତାଧାରା ତାଙ୍କୁ ନେଇ ଖୁବ୍‌ ଭିନ୍ନ । ଲୋକ ଭାବନ୍ତି ସେ ଅନ୍ୟକୁ ଜଜ୍‌ କରନ୍ତି, କିନ୍ତୁ ବାସ୍ତବରେ ତାହା ନୁହେଁ, ସେ ଖୁବ୍‌ ନମ୍ର । ସେ ଅନ୍ୟ ମଧ୍ୟରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତି । ଯେଉଁଥିପାଇଁ ଜଣେ ହୋଷ୍ଟ ଭାବରେ ସେ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି ।  ଅନ୍ୟପଟେ ସଲମାନ ଭାଇ ଜଣେ ବଡ଼ ଭାଇ ଭଳି । ସେ ଭୁଲକୁ ଦର୍ଶାନ୍ତି । ହୋଷ୍ଟ ଭାବରେ ତାଙ୍କର ଚମକ ଖୁବ୍‌ ଭିନ୍ନ । କିନ୍ତୁ ପ୍ରଥମ ଶୋ’ ଭାବରେ କଙ୍ଗନାଙ୍କ ଶୋ ଖୁବ୍‌ ଭଲ  ।

ଏହା ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରରେ କରଣ କହିଥିଲେଯେ, ବିଗବସ ତୁଳନାରେ କଙ୍ଗନାଙ୍କ ଶୋ ଖୁବ୍‌ ଭଲ ।   କାରଣ କଙ୍ଗନାଙ୍କ ଶୋ’ରେ ତାଙ୍କୁ କେହି ଜଜ୍‌ କରୁନଥିଲେ, ଯାହା ତାଙ୍କୁ ଖୁବ୍‌ ପସନ୍ଦ ଆସିଲା ।