ଅଫିସର ଅବସ୍ଥା ଦେଖି ନିରାଶ ହେଲେ କଙ୍ଗନା, BMCର ଭଙ୍ଗରୁଜା ଉପରେ ଶୁଣାଣି ୨୨ ପର୍ଯ୍ୟନ୍ତ ସ୍ଥଗିତ

1 min read
Justice asked Naughty Means IN BMC Kangana FaceOff Case

FILE

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରନୌତଙ୍କ ଅଫିସ ରିନୋଭେସନ ନିୟମର ଅନୁକୂଳ ନଥିବା କହି BMC ବୁଧବାର ଦିନ ଏହାକୁ ଭାଙ୍ଗି ଦେଇଛି । ଏହି ମାମଲାରେ କଙ୍ଗନା ବିଏମସି ବିରୋଧରେ ଦେଇଥିବା ଆବେଦନର ଆଜି ଶୁଣାଣି ହେବାର ଥିଲା, ଯାହାକୁ ହାଇକୋର୍ଟ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି । କୋର୍ଟ କଙ୍ଗନାଙ୍କ ଓକିଲକୁ କହିଛନ୍ତି ଯେ, ସେ ଆବେଦନକୁ ଖୁବଶୀଘ୍ର ଦେଇଛନ୍ତି ଏବଂ ଏହାକୁ ସମୟ ନେଇ ଭଲ ଭାବରେ ଦାଖଲ କରିବା ପାଇଁ କୁହାଯାଇଛି । ଶୁଣାଣି ଘୁଞ୍ଚିବା ପରେ କଙ୍ଗନା ନିଜ ଅଫିସ ଦେଖିବା ପାଇଁ ପହଞ୍ଚିଥିଲେ । ଅଫିସର ଅବସ୍ଥା ଦେଖି କଙ୍ଗନା ଖିୁବ ଦୁଃଖିତ ହୋଇଥିଲେ ।

ଅଫିସର ଅବସ୍ଥା ଦେଖି ଦୁଃଖି ହୋଇଥିଲେ କଙ୍ଗନା

କଙ୍ଗନା ବୁଧବାର ମୁମ୍ବାଇ ପହଞ୍ଚିବା ପରେ ଗୁରୁବାର ପ୍ରଥମଥର ଘରୁ ବାହାରି ସିଧା ନିଜ ଅଫିସରେ ପହଞ୍ଚିଥିଲେ । ସେଠି ଅଫିସର ଅବସ୍ଥା ଦେଖି କଙ୍ଗନା ଖୁବ ଦୁଃଖିତ ହୋଇଥିଲେ । କଙ୍ଗନାଙ୍କ ଗାଡ଼ି ଯେତେବେଳେ ଅଫିସ ପହଞ୍ଚିଥିଲା, ପ୍ରଥମେ ତାଙ୍କ ଭଉଣୀ ରଙ୍ଗୋଲୀ ଗାଡ଼ିରୁ ବାହାରି ଅଫିସ ଭିତରକୁ ଯାଇଥିଲେ । ଅନ୍ୟପଟେ କଙ୍ଗନା କିଛି ସମୟ ପାଇଁ ଗାଡ଼ିରେ ବସି ଅଫିସର ଭଗ୍ନାବଶେଷକୁ ଚାହିଁ ରହିଥିଲେ । ଏହାପରେ କଙ୍ଗନା ଗାଡ଼ିରୁ ଓହ୍ଲାଇ ସିଧା ଅଫିସ ଭିତରକୁ ଯାଇଥିଲେ । ଅଫିସର ଭଗ୍ନାବଶେଷ ଗୁଡ଼ିକୁ ଦେଖି କଙ୍ଗନାଙ୍କ ଖୁବ ନିରାଶ ହୋଇଥିଲେ । ପ୍ରାୟ ୧୫-୨୦ ମିନିଟ ସେଠାରେ ରହିବା ପରେ କଙ୍ଗନା କାହା ସହ କଥା ନହୋଇ ନିଜ ଗାଡ଼ିରେ ବସି ସିଧା ନିଜ ଘର ଅଭିମୂଖେ ଯାଇଥିଲେ ।

କୋର୍ଟ ଆବେଦନ ଉପରେ ଶୁଣାଣି ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି

ବିଏମସି ତାଙ୍କ ଅଫିସ ଭାଙ୍ଗିବା ବିରୋଧରେ କଙ୍ଗନା ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । ଗୁରୁବାର ଅପରାହ୍ନ ୩ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଶୁଣାଣି ହେବାରଥିଲା । ତେବେ କୋର୍ଟ ଶୁଣାଣିକୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । କୋର୍ଟ କଙ୍ଗନାଙ୍କ ଓକିଲ ରିଜୱାନ ସିଦ୍ଦିକିଙ୍କୁ ଏହି ଆବେଦନରେ ଅନେକ ସଂଶୋଧନ କରିବାକୁ କହିଛନ୍ତି । କୋର୍ଟ କହିଛନ୍ତି, ତୁମେ ଶୀଘ୍ର ଆବେଦନ କରିଛ । ଏହାକୁ ଦାଖଲ କରିବା ପାଇଁ କିଛି ସମୟ ନିଅ | ପୁନର୍ବାର ଭଲ ଭାବରେ ଏହାକୁ ଫାଇଲ୍ କରନ୍ତୁ । ୨୨ ତାରିଖ ପରେ ଏହାର ଶୁଣାଣି କରାଯିବ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ୨୨ ସେପ୍ଟେମ୍ବର ସୁଦ୍ଧା ଅଫିସରେ କିଛି ଭାଙ୍ଗାରୁଜା କରାଯିବ ନାହିଁ କିମ୍ବା ଭଗ୍ନାବଶେଷ ଯୋଡ଼ାଯିବ  ନାହିଁ । କାର୍ଯ୍ୟାଳୟର ବିଦ୍ୟୁତ୍ ଏବଂ ଜଳ ପାଇପଲାଇନ କଟାଯାଇଛି ।

Leave a Reply