spot_img

Latest Posts

ପ୍ରଧାନମନ୍ତ୍ରୀଙ୍କୁ କଙ୍ଗନାଙ୍କ ନିବେଦନ: ପଣ୍ଡିତଙ୍କୁ ପୁଣି କଶ୍ମୀର ଫେରାଇ ନେବାକୁ କଲେ ଅନୁରୋଧ

 

ମୁମ୍ୱାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ । ନିଜର ନିର୍ଭୀକ ଅଭିବ୍ୟକ୍ତି ଲାଗି ସବୁବେଳେ ଚର୍ଚ୍ଚାରେ ରହୁଥିବା କଙ୍ଗନା କଶ୍ମିରୀ ପଣ୍ଡିତ ସରପଞ୍ଚଙ୍କୁ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି । ଗତ  ୮ରେ ଅନନ୍ତନାଗ ଜିଲ୍ଲାରେ କଶ୍ମିରୀ ପଣ୍ଡିତ ସରପଞ୍ଚଙ୍କୁ ଆତଙ୍କବାଦୀଙ୍କ ଦ୍ୱାରା ଗୁଳି କରି ହତ୍ୟା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏହାକୁ ନିନ୍ଦା କରିଛନ୍ତି । ଏ ଘଟଣାରେ ବଲିଉଡ୍ ସେଲିବ୍ରେଟୀଙ୍କୁ ନିନ୍ଦା କରିବା ସହ କଶ୍ମିରୀ ପଣ୍ଡିତଙ୍କୁ କଶ୍ମୀରକୁ ପଠାଇ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

https://www.instagram.com/tv/CBQFFbEg7_c/?utm_source=ig_web_copy_link

 

ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଏଭଳି ଅନୁରୋଧ କରିଛନ୍ତି କଙ୍ଗନା । ସେ ଭିଡିଓରେ କହିଛନ୍ତି, ହିନ୍ଦୁମାନଙ୍କୁ କାଶ୍ମୀରରେ ସ୍ଥାନ ଦିଆଯାଉ। ପଣ୍ଡିତମାନଙ୍କୁ କାଶ୍ମୀରକୁ ପଠାଯିବା ଉଚିତ୍। ସେମାନଙ୍କୁ ସେମାନଙ୍କ ଜମି ଫେରାଇ କାଶ୍ମୀରରେ ହିନ୍ଦୁ ସାମ୍ରାଜ୍ୟ ପ୍ରତିଷ୍ଠା କରିବା ଆବଶ୍ୟକ।

कंगना रनौत

ସେ ଏହି ଭିଡିଓରେ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ  ବାମପନ୍ଥୀ ବିଚାରଧାରାର ଲୋକଙ୍କୁ ଏକ ପୋଷ୍ଟର ଜରିଆରେ କଟାକ୍ଷ କରିଛନ୍ତି । ସେ କହିଛନ୍ତି ‘ ସମାଜର ତଥାକଥିତ ବୁଦ୍ଧିଜୀବୀ ଛୋଟ ଛୋଟ କଥାରେ ମହମବତୀ ଧରି, ଦୀପ ଜାଳି ବାହାରନ୍ତି । ଆବଶ୍ୟକ ପଡ଼ିଲେ ପଥର ଫୋପାଡ଼ିବେ । କିନ୍ତୁ ସଠିକ୍ କଥା କେବେ ଉଠାଇବେ ନାହିଁ ।

PHOTOS] Kangana Ranaut combines comfort and style with a malmal ...

ସୂଚନା ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ କଶ୍ମୀର ପଣ୍ଡିତ ସରପଞ୍ଚଙ୍କୁ ହତ୍ୟା କରାଯିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହିତ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଛନ୍ତି ଅନୁପମ ଖେର । ମୃତ ସରପଞ୍ଚଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଘଟଣା ନେଇ ସେଭଳି କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିବାରୁ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

Latest Posts

Don't Miss