US Election: ବାଇଡେନଙ୍କୁ ‘ଗଜନୀ’ ସହ ତୁଳନା କଲେ କଙ୍ଗନା, କହିଲେ ବର୍ଷେରୁ ଅଧିକ ତିଷ୍ଟି ପାରିବେ ନାହିଁ

1 min read

ନୂଆଦିଲ୍ଲୀ: ଆମେରିକା ନିର୍ବାଚନକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ବଲିଉଡର ସେଲିବ୍ରିଟି ମାନେ ମଧ୍ୟ ଏହା ଉପରେ ନିଜ ମନ୍ତବ୍ୟ ରଖୁଛନ୍ତି । ତେବେ ସବୁ ବିଷୟରେ ନିଜର ମତ ରଖୁଥିବା ଅଭିନେତ୍ରୀ କଙ୍ଗନା ରନୌତ ମଧ୍ୟ ଆମେରିକା ନିର୍ବାଚନକୁ ନେଇ ନିଜ ରାୟ ବ୍ୟକ୍ତ କରିଛନ୍ତି । ସେ ଆମେରିକାର ନୂତନ ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନ ଏବଂ ନିର୍ବାଚିତ କମଳା ହୈରିସଙ୍କ ବିଜୟରେ ପ୍ରତିକ୍ରିୟା ରଖିଛନ୍ତି ।

ଗୋଟେ ପଟେ କଙ୍ଗନା ବାଇଡେନଙ୍କ ବିଜୟକୁ ନେଇ ତାଙ୍କୁ ଟାର୍ଗେଟ କରିଥିବା ବେଳେ ଅନ୍ୟପଟେ କମଳାଙ୍କ ବିଜୟକୁ ମହିଳାଙ୍କ ବିଜୟ ବୋଲି କହିଛନ୍ତି । ସେ ଲେଖିଛନ୍ତି ଯେ, ‘ଗଜନୀ ବାଇଡେନ ଯାହାଙ୍କ ଡାଟା ପ୍ରତି ୫ ମିନିଟରେ କ୍ରାଶ ହୋଇଯାଏ, ତାଙ୍କୁ ନେଇ ମୁଁ ନିଶ୍ଚିତ ନୁହେଁ । ଏତେମାତ୍ରାରେ ମେଡିସିନ ଓ ଇନଞ୍ଜେକସନ ତାଙ୍କୁ ଦିଆଯାଉଛି ଯେ, ସେ ଏହି ପଦରେ ଅଧିକରୁ ଅଧିକ ୧ ବର୍ଷ ତିଷ୍ଟିପାରିବେ । ଏହା ସ୍ପଷ୍ଟ ଯେ, କମଳା ହୈରିସ ହିଁ ସୋ କୁ ଆଗକୁ ବଢ଼ାଇବେ। ଯେତେବେଳେ ଜଣେ ମହିଳା ଆଗକୁ ବଢ଼ିଥାଏ ତା ସହିତ ସେ ଅନ୍ୟ ମହିଳାଙ୍କ ପାଇଁ ମଧ୍ୟ ରାସ୍ତା ପ୍ରସ୍ତୁତ କରିଥାଏ । ଏହି ଐତିହାସିକ ଦିନ ପାଇଁ ଚିୟର୍ସ ।’

ଏଠାରେ କଙ୍ଗନା ବାଇଡେନଙ୍କ ଗଜନୀ ଏବଂ ଡାଟା କ୍ରାଶ ହେବା କଥା ତାଙ୍କ ସ୍ମରଣଶକ୍ତୀକୁ ନେଇ କହିଛନ୍ତି । ସେ ବାଇଡେନଙ୍କୁ ଗଜନୀର ଆମିର ଖାନଙ୍କ ଭଳି ପ୍ରତି ୫ ମିନିଟରେ ସବୁକିଛି ଭୁଲି ଯିବା କଥା କହିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, କଙ୍ଗନା ବାଇଡେନଙ୍କ ବିଜୟ ନୁହେଁ ବରଂ କମଳାଙ୍କ ବିଜୟରେ ବେଶ ଖୁସି ଅଛନ୍ତି । ଏହାକୁ ସେ ମହିଳାଙ୍କ ବିଜୟ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ ୫୬ ବର୍ଷିୟ କାଲିଫୋର୍ନିୟାର ସିନେଟର କମଳା ହୈରିସ ତିନୋଟି ଏସିୟ ଆମେରିକୀୟ ସିନେଟର ମଧ୍ୟରୁ ଜଣେ ଅଟନ୍ତି । ସେ ଏହି ଚ୍ୟାମ୍ବରକୁ ଆସିଥିବା ପ୍ରଥମ ଭାରତୀୟ- ଆମେରିକୀୟ ସିନେଟର ଅଟନ୍ତି ।

Leave a Reply