କରୋନା ପଜିଟିଭ୍‌ ହେଲେ ବଲିଉଡ କୁଇନ କଙ୍ଗନା ରନୌତ

1 min read

ମୁମ୍ବାଇ: ନିକଟରେ ବଲିଉଡର ଏକାଧିକ ସେଲିବ୍ରେଟି କରୋନା କବଳରେ ଆସି ଯାଇଥିବା ବେଳେ ଶନିବାର କରୋନାରେ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି ବଲିଉଡ କୁଇନ କଙ୍ଗନା ରନୌତ । ତେବେ କଙ୍ଗନା ସୋସିଅଲ ମିଡିଆରେ ଏହି ଖବର ଦେଇଛନ୍ତି । ଯୋଗ କରୁଥିବା ବେଳର ଏକ ଫଟୋ ଶେୟାର କରି କଙ୍ଗନା କରୋନାରେ ସଂକ୍ରମିତ ହେବାପରେ ନିଜର ଅନୁଭବକୁ ତାଙ୍କ ପ୍ରଶଂସକଙ୍କ ସହିତ ଶେୟାର କରିଛନ୍ତି ।

କଙ୍ଗନାଙ୍କ ଅନୁସାରେ ତାଙ୍କୁ ପ୍ରଥମେ ଦୁର୍ବଳ ଅନୁଭବ ହେଲା ଏବଂ ଗତ କିଛି ଦିନ ହେବ ତାଙ୍କ ଆଖି ସାମାନ୍ୟ ଜଳାପୋଡ଼ା ଭଳି ମନେ ହେଉଥିଲା । କୋଭିଡ ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍‌ଆସିଲା । ତେବେ ରିପୋର୍ଟ ପଜିଟିଭ୍‌ଆସିବା ପରେ ନିଜକୁ ସଙ୍ଗରୋଧ କରି ରଖିଛନ୍ତି ଏହି ବଲିଉଡ ସୁନ୍ଦରୀ । ତେବେ ଯଦି ଆମେ କରୋନାକୁ ଡରିବା ସେ ଅଧିକ ଡରାଇବ । ତେଣୁ ଏହି ମହାମାରୀକୁ ନ ଡରି ତାକୁ ହରାଇବାକୁ ବଢିବ । କୋଭିଡ ୧୯ ଏକ ସାମାନ୍ୟ ଫ୍ଲୁ, ଯାହା ଲୋକଙ୍କ ଉପରେ ଏକ ପ୍ରକାରର ଚାପ ପକାଇଛି ବୋଲି ସୋସିଅଲ ମିଡିଆରେ ଲେଖିଛନ୍ତି କଙ୍ଗନା ।

 

 

View this post on Instagram

 

A post shared by Kangana Ranaut (@kanganaranaut)

କେବଳ କଙ୍ଗନା ନୁହଁନ୍ତି ବରଂ ନିକଟ ଅତୀତରେ ବଲିଉଡର ଏକାଧିକ ସେଲିବ୍ରିଟି ଯେପରିକି ରଣବୀର କପୂର, ଆଲିୟା ଭଟ୍ଟ, ଭୂମି ପେଡନେକର, ଅକ୍ଷୟ କୁମାର,କୃତି ସାନନ ଆଦି ସେଲିବ୍ରିଟୀ କରୋନାରେ ସଂକ୍ରମିତ ହୋଇଥିବା ଖବର ସୋସିଅଲ ମିଡିଆରେ ଶେୟାର କରିଥିଲେ ।

Leave a Reply