ସଂସ୍କୃତ ହେଉ ରାଷ୍ଟ୍ରଭାଷା,କହିଲେ କଙ୍ଗନା

1 min read

ମୁମ୍ବାଇ: କଙ୍ଗନା ରନୌତ  ନିଜ ସିଧାସିଧା କଥାବାର୍ତ୍ତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ସେଲିବ୍ରିଟି ହୁଅନ୍ତୁ ବା କୌଣସି ରାଜନେତା । ଏଥିପାଇଁ ସେ ତତକ୍ଷଣାତ୍‌ ଖବରର ହେଡଲାଇନ୍‌ ପାଲଟିଯାନ୍ତି । । କେହି କେହି ତାଙ୍କୁ ଏହି ଗୁଣକୁ ପସନ୍ଦ କରନ୍ତି ତ କେହି କରନ୍ତି ନାହିଁ । କିନ୍ତୁ ଏସବୁକୁ କଙ୍ଗନା ଅଣଦେଖା କରନ୍ତି । ନିକଟରେ ସେ ସେହିଭଳି କିଛି ମନ୍ତବ୍ୟ ଦେଇଛନ୍ତି । ତାହା ମଧ୍ୟ ଭାଷାକୁ ନେଇ । କଙ୍ଗନାଙ୍କ ମତରେ ସଂସ୍କୃତକୁ ରାଷ୍ଟ୍ରଭାଷା ବା ଜାତୀୟ ଭାଷାର ମାନ୍ୟତା ଦିଆଯାଉ । ତେବେ ଶୁକ୍ରବାର ରିଲିଜ୍‌ ହୋଇଛି କଙ୍ଗନାଙ୍କ ‘ଧାକଡ଼’ର ଟ୍ରେଲର । ଟ୍ରେଲର ଲଞ୍ଚ୍‌ ଇଭେଣ୍ଟରେ ବିଭିନ୍ନ ଘଟଣାକୁ ନେଇ କଙ୍ଗନାଙ୍କୁ ପ୍ରଶ୍ନ କରାଯାଇଥିଲା, ଯେଉଁଥିରେ ଭାଷା ମଧ୍ୟ ସାମିଲ ଥିଲା ।

ସୂଚନାଯୋଗ୍ୟ, ନିକଟରେ ହିନ୍ଦୀ ଭାଷାକୁ ନେଇ ବଲିଉଡ ଷ୍ଟାର ଅଜୟ ଦେବଗନ ଏବଂ ସାଉଥ୍‌ ସୁପରଷ୍ଟାର କିଚ୍ଚା ସୁଦୀପଙ୍କ ମଧ୍ୟରେ ଟ୍ୱିଟରରେ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଛି । କିଚ୍ଚା ସୁଦୀପ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ । ଏଥିରେ ଲେଖାଥିଲା ଯେ, ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଅଜୟ ଦେବଗନ ଏବଂ କିଚା ସୁଦୀପ । ବଲିଉଡ଼ ସୁପରଷ୍ଟାର ଅଜୟ ଦେବଗନ କିଚାଙ୍କ ଏହି ପୋଷ୍ଟକୁ ଟ୍ୟାଗ କରି ଲେଖିଥିଲେ- କିଚା ସୁଦୀପ ମୋ ଭାଇ, ଆପଣଙ୍କ ଭାଷାରେ ହିନ୍ଦୀ ଯଦି ରାଷ୍ଟ୍ରୀୟ ଭାଷା ନୁହେଁ, ତେବେ ତୁମେ ନିଜ ଭାଷାରେ ଫିଲ୍ମ ସୁଟିଂ କରି ସାରିବା ପରେ ପୁନର୍ବାର କାହିଁକି ହିନ୍ଦୀରେ ଡବିଂ କରୁଛ ? ହିନ୍ଦୀ ଭାରତର ରାଷ୍ଟ୍ରୀୟ ଭାଷା ଥିଲା, ଅଛି ଏବଂ ଆଗକୁ ମଧ୍ୟ ହିନ୍ଦୀ ରାଷ୍ଟ୍ରଭାଷା ହୋଇ ରହିବ । ଏହାସହ ‘ଜନ ଗଣ ମନ…’ ବୋଲି ଲେଖିଥିଲେ ଅଜୟ ଦେବଗନ ।  ତେବେ ଏହି ଘଟଣା ପରେ ରାମଗୋପଳ ବର୍ମା ଏହି ମାମଲା ମଧ୍ୟକୁ ନିଜେ ଟାଣି ହୋଇ ଆସିଥିଲେ । ରାମଗୋପାଳ ଲେଖିଥିଲେଯେ, ବଲିଉଡ ସାଉଥ୍‌ ସୁପରଷ୍ଟାରଙ୍କୁ ଇର୍ଷା କରୁଛି ।

 

 

View this post on Instagram

 

A post shared by Kangana Dhaakad (@kanganaranaut)

ତେବେ ଇଭେଣ୍ଟରେ କଙ୍ଗନା କହିଛନ୍ତିଯେ, ଅଜୟ ଦେବଗନ କହିଲେ ହିନ୍ଦୀ ଆମ ଜାତୀୟ ଭାଷା । ତାହା କିଛି ଭୁଲ୍‌ ନୁହେଁ । କିନ୍ତୁ ଆମ ଜାତୀୟ ଭାଷା ସଂସ୍କୃତ ହେବା ଉଚିତ୍‌ । କାରଣ ଏକାଧିକ ଭାଷା ସଂସ୍କୃତ ଭାଷାରୁ ଆସିଛି । ତେଣୁ କାହିଁକି ସଂସ୍କୃତକୁ ଜାତୀୟ ଭାଷାର ମାନ୍ୟତା ଦିଆଯାଉନାହିଁ ? କାହିଁକି ସ୍କୁଲରେ ଏହାକୁ ବାଧ୍ୟତାମୂଳକ କରାଯାଉନାହିଁ ବୋଲି ପଚାରିଛନ୍ତି କଙ୍ଗନା?