ଉଦ୍ଧବ ଠାକରେଙ୍କୁ କଙ୍ଗନାଙ୍କ ଖୁଲମଖୁଲା ଚ୍ୟାଲେଞ୍ଜ- ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ ଭାଙ୍ଗିବ

1 min read

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତଙ୍କ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟ ଭାଙ୍ଗିଦେବା ପରେ ତାଙ୍କର ଦୃଢ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ସରକାରଙ୍କୁ କଡ଼ା ଜବାବ ଦେଇଛନ୍ତି କଙ୍ଗନା । କଙ୍ଗନା ଏକ ଭିଡ଼ିଓ ଜାରି କରି କହିଛନ୍ତି କି ଫିଲ୍ମ ମାଫିଆଙ୍କ ସହିତ ମିଶି ମୋ ଘର ଭାଙ୍ଗି ପ୍ରତିଶୋଧ ନେଇଛ ବୋଲି ଭାବୁଛ? ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ ଭାଙ୍ଗିବ । ଏହା ସମୟର ଚକ । ମନେ ରଖ, ସବୁବେଳେ ସମାନ ରହେ ନାହିଁ ।

କେବଳ ସେତିକି ନୁହେଁ ଭିଡ଼ିଓରେ କଙ୍ଗନା ଏହା ମଧ୍ୟ କହିଛନ୍ତି କି , ମୋତେ ଲାଗୁଛି ତୁମେ ମୋ ଉପରେ ଖୁବ ଦୟା କରିଛ । କାରଣ କାଶ୍ମୀର ପଣ୍ଡିତମାନେ କେଉଁ ପରିସ୍ଥିତି   ସାମ୍ନା କରିଥିଲେ ତାହା ତ ମୁଁ ଜାଣିଥିଲି, କିନ୍ତୁ ଆଜି ନିଜେ ଅନୁଭବ କଲି । ଆଜି ମୁଁ ସାରା ଦେଶକୁ କଥା ଦେଉଛି କି କେବଳ ଅଯୋଧ୍ୟା ଉପରେ ନୁହେଁ ବରଂ କାଶ୍ମୀର ଉପରେ ମଧ୍ୟ ଫିଲ୍ମ ନିର୍ମାଣ କରିବି । ଏହା ମାଧ୍ୟମରେ ଦେଶବାସୀଙ୍କୁ ଜାଗ୍ରତ କରିବେ ବୋଲି କଙ୍ଗନା ବୟାନରେ ଉଲ୍ଲେଖ କରିଛନ୍ତି । ଭିଡ଼ିଓ ଶେଷ କରିବା ସମୟରେ କଙ୍ଗନା ଜୟ ହିନ୍ଦ୍-ଜୟ ମହାରାଷ୍ଟ୍ର କହିଥିବାର ନଜର ଆସିଛି । କଙ୍ଗନାଙ୍କ ଉକ୍ତ ଭିଡ଼ିଓକୁ ସୋସିଆଲ ମିଡିଆରେ ବେଶ୍ ପସନ୍ଦ କରାଯାଉଛି ।

ସୂଚନାଯୋଗ୍ୟ ଶିବସେନା ଏବଂ କଙ୍ଗନାଙ୍କ ମଧ୍ୟରେ ବିବାଦ ପରେ ବୁଧବାରକୁ ମୁମ୍ବାଇ ବିଏମସି କଙ୍ଗନାଙ୍କ ୪୮ କୋଟିର ଅଫିସକୁ ଭାଙ୍ଗି ଦେଇଛି । ଏହାର ଭିଡ଼ିଓ କଙ୍ଗନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

Leave a Reply