ଜମୁଛି କଣ୍ଢେଇ ମେଳଣ ଉତ୍ସବ, ସାମିଲ ହୋଇଛନ୍ତି ୨୨ଟି ଗ୍ରାମର ଦୋଳ ବିମାନ

ଭୁବନେଶ୍ବର : କଳା ପ୍ରଦର୍ଶନ କରୁଛନ୍ତି କଣ୍ଢେଇ । ରାମ, ଲକ୍ଷ୍ମଣ, ସୀତା, ରାବଣ ଚରିତ୍ରରେ କଳା ଦେଖାଉଛନ୍ତି । ସୂତାରେ ନାଚୁଛନ୍ତି କଣ୍ଢେଇ ଚରିତ୍ର । ପ୍ରଚ୍ଛଦପଟରେ କଳାକାରଙ୍କ ଧ୍ବନିକୁ ଅନୁକରଣ କରି କାଠିରେ ନଚାଉଛନ୍ତି କଳାକାର । ଦଣ୍ଡନାଚ, ରେକର୍ଡ ଡ୍ଯାନ୍ସ, ସାପ ଖେଳ ସାଙ୍ଗକୁ ରାମାୟଣର ପ୍ରତି ଚରିତ୍ରକୁ ଅତି ନିଖୁଣ ଭାବେ ପ୍ରଦର୍ଶନ କରୁଛନ୍ତି କଣ୍ଢେଇ । ଭୁବନେଶ୍ବର ଉପକଣ୍ଠ ଭଗବାନପୁରରେ ପ୍ରତି କଣ୍ଢେଇ ମେଳଣ ଉତ୍ସବରେ ପ୍ରତିଦିନ ସଂଧ୍ଯାରେ ଜମୁଛି କଣ୍ଢେଇ ନାଚ । ଗଞ୍ଜାମ ଜିଲ୍ଲା ବଡ଼କୋଦଣ୍ଡା ଗ୍ରାମର ମାଆ ବ୍ୟାଘ୍ର ଦେବୀ କଣ୍ଢେଇ ଦଳ କଣ୍ଢେଇ ଅପେରା ପ୍ରଦର୍ଶିତ କରୁଛନ୍ତି । ଅପେରା ଦଳରେ ୬ ଜଣ କଳାକାର ନିଜ ଆଙ୍ଗୁଠି ଓ କାଠି ସାହାଯ୍ଯରେ କଳା ନୈପୁଣ୍ଯତାକୁ ପ୍ରଦର୍ଶିତ କରୁଛନ୍ତି ।

ଦିନଥିଲା ପିଲାମାନେ କଣ୍ଢେଇ ଧରି ଖେଳୁଥିଲେ । କିନ୍ତୁ ଏବେ ମୋବାଇଲ୍ ଓ ଇଣ୍ଟରନେଟରେ ସମୟ ବିତାଉଛନ୍ତି । ତେଣୁ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଭଗବାନପୁର ୬୪ ତମ ଛୋଟି ଭୁଆଶୁଣୀ କଣ୍ଢେଇ ମେଳଣ କମିଟି ପକ୍ଷରୁ ଏପରି ପ୍ରୟାସ କରାଯାଇଛି । ପ୍ରତିଦିନ କଣ୍ଢେଇ ଯାତ୍ରା ଦେଖିବାକୁ ଜମୁଛି ଭିଡ଼ । ୫ ଦିନ ଧରି ଅନୁଷ୍ଠିତ ହେବ ଉତ୍ସବ । ଦୁଇଦିନ ଯାତ୍ରା ପରେ ୩୧ ତାରିଖରେ କପିଳେଶ୍ବର ଦିବ୍ଯାଙ୍ଗ ଭଜନ ଗ୍ରୁପ ଦ୍ବାର ଭଜନ ପରିବେଷଣ ହେବ । ଶେଷ ଦିନ ସନ୍ଧ୍ଯା ରେ କଣ୍ଢେଇ ଦିଅଁ ମେଳଣ ଓ ପିଲାଙ୍କ ଦ୍ବାରା ହରିହରି ଭେଟ ଅନୁଷ୍ଠିତ ହେବ । ଏହାସହ ଗ୍ରାମବାସୀଙ୍କୁ ନେଇ ଥକା ମେଣ୍ଟା ଭୋଜିର ଆୟୋଜନ ହେବ ।