ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଲେ କନ୍ଧମାଳର ଝିଅ

ଫୁଲବାଣୀ: କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ଗୌରବ । ଏୟାରଫୋର୍ସ ନିଯୁକ୍ତି ପାଇଲେ କନ୍ଧମାଳର ଝିଅ ସୁଶ୍ରୀ ସାଇ ପ୍ରଣୀତା । ପୂର୍ବରୁ ତାଙ୍କ ପରିବାର ଲୋକେ ସେନାରେ ସାମିଲ ହୋଇଥିବା ବେଳେ ସେ  ମଧ୍ୟ ନିଜ କଠିନ ପରିଶ୍ରମ ବଳରେ ଭାରତୀୟ ବାୟୁ ସେନାରେ ସାମିଲ ହୋଇପାରିଛନ୍ତି । ଶଙ୍କର ନାରାୟଣ ମହାନ୍ତି ଏବଂ ମୀନତି ମହାନ୍ତିଙ୍କ ଝିଅ ହେଉଛନ୍ତି ସୁଶ୍ରୀ ପ୍ରଣୀତା ।

୩ ଭାଇ ଭଉଣୀଙ୍କ ମଧ୍ୟରେ ସୁଶ୍ରୀ ସାନ ଝିଅ । ସରକାରୀ ବାଳିକା ବିଦ୍ୟାଳୟରୁ ୧୦ମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ଫୁଲବାଣୀ କଲେଜରୁ ଯୁକ୍ତ ୨ ଶିକ୍ଷା ପୂରା କରିଥିଲେ । ଏହା ପରେ ସେ ଶ୍ରୀ ସଦ୍ୟ ସାଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ହାୟର ଲର୍ଣ୍ଣିଂ, ଆନ୍ଧପ୍ରଦେଶରୁ ସ୍ନାତକ ଓ ପଣ୍ଡିଚେରୀ ସେଣ୍ଟ୍ରାଲ ୟୁନିଭରସିଟିରୁ ସ୍ନାତୋକୋତ୍ତର ଶିକ୍ଷା ପୂରା କରିଛନ୍ତି । ଏହା ପରେ ସେ ପିଏଚ୍‌ଡି କରିବା ଲାଗି ସେ ଚେନ୍ନାଇର ଇନ୍ଦିରାଗାନ୍ଧୀ ସେଣ୍ଟର ଫର ଅଟୋମିକ୍ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ ଭାରତୀୟ ବାୟୁ ସେନାରେ ଯୋଗଦେବା ପାଇଁ ମନବଳାଇଥିଲେ । ସୁଶ୍ରୀଙ୍କ ଜେଜେ ବାବା ମଧ୍ୟ ଭାରତୀୟ ସ୍ଥଳ ସେନାର ନାୟକ୍ ଏବଂ ମାମୁଁ ମଧ୍ୟ ଜେନେରାଲ ପୋଷ୍ଟରେ ରହି ଦେଶପାଇଁ ସେବା କରିଥିଲେ । ଏଭଳି ପରିବେଶରେ ରହିଆସିଥିବାରୁ ସୁଶ୍ରୀଙ୍କ ମନରେ ମଧ୍ୟ ସେନା ବାହିନୀରେ ଯୋଗଦେବା ପାଇଁ ପ୍ରେରିତ ହୋଇଥିଲେ । ଏହା ପରେ ପିଏଚ୍‌ଡି ପାଠ୍ୟକ୍ରମକୁ ଅଧାରେ ଛାଡ଼ି ସେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ । ହାଇଦ୍ରାବାଦ ସ୍ଥିତ ଏୟାରଫୋର୍ସ ଏକାଡେମୀରୁ ନିଜ ଟ୍ରେନିଂ ସାରିବା ପରେ ସେ ଜୁନ୍ ୨୦ରେ ଫ୍ଳାଇଂ ଅଫିସରଭାବେ ନିଯୁକ୍ତି ପାଇଛନ୍ତି ।

Leave a Reply