କନ୍ଧମାଳରେ ଶୀତ ଅନୁଭୂତ, ଭିଡ ଜମାଇଲେଣି ପର୍ଯ୍ୟଟକ
1 min read
କନ୍ଧମାଳ: କନ୍ଧମାଳରେ ଘନ କୁହୁଡ଼ି ସହ ଶୀତ ଅନୁଭୂତ। ରାତି ୮ଟା ପରଠାରୁ କୁହୁଡ଼ି ମାତ୍ରା ବୃଦ୍ଧି ପାଇବା ଦେଖିବାକୁ ମିଳୁଛି। ସକାଳ ସମୟରେ ଶୀତ ହେବା ସହ କୁହୁଡ଼ିର ଧଳା ଚାଦରରେ ଢାଙ୍କି ହେଉଛି ଫୁଲବାଣୀ ସହର । ଘନ କୁହୁଡି ଯୋଗୁଁ ଯାତାୟତରେ ଅସୁବିଧାର ସମୁଖୀନ ହେଉଛନ୍ତି ଲୋକେ । ୯ଟା ପର୍ଯ୍ୟନ୍ତ କୁହୁଡ଼ିର ଆସ୍ତରଣ ଯୋଗୁଁ ସୂର୍ଯ୍ୟକିରଣ ଦେଖିବାକୁ ମିଳୁନାହିଁ ।
କନ୍ଧାମାଳରେ ସକାଳୁ ସକାଳୁ ବ୍ୟାୟାମ ପାଇଁ ପଡ଼ିଆରେ ଭିଡ଼ ଦେଖିବାକୁ ମିଳୁଛି । ଚାହା ଖଟିରେ ଜମୁଛି ଆସର। ପର୍ଯ୍ୟଟକ ମଧ୍ୟ କନ୍ଧମାଳ ଜିଲ୍ଲାକୁ ଆଗମନ କରୁଥିବା ଦେଖିବାକୁ ମିଳିଛି l